PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚଭୂତରେ ଲୀନ ହେଲେ ରାଇମୋହନ , ମୁଖାଗ୍ନି ହେଲେ ସାନଝିଅ ଉଦିତା ପରିଡ଼ା , ପୁରୀ ସ୍ୱର୍ଗଦ୍ୱାରରେ ରାଇଙ୍କ ଶେତକୃତ୍ୟ ସଂପନ୍ନ
  • ||
  • ଭୁବନେଶ୍ୱର: ବାଣୀବିହାରରେ ପୁଣି ଆତଙ୍କ। ବୁଲିଲା ଖଣ୍ଡା , ଭୁଜାଲି। ଛିନ୍ ଛତ୍ର ହୋଇ ଦୌଡ଼ିଲେ ଛାତ୍ର ଛାତ୍ରୀ। କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ର ଙ୍କୁ ଆକ୍ରମଣ କରିଥିବା ସୂଚନା।
  • ||
  • ମୃତ୍ଯୁ ପରେ ଚକ୍ଷୁଦାନ କଲେ ରାଇମୋହନ, କ୍ୟାପିଟାଲ ହସ୍ପିଟାଲରେ କରାଗଲା ତାଙ୍କର ଚକ୍ଷୁଦାନ , କ୍ଯାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା
  • ||
  • ଭୁବନେଶ୍ଵର : ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ, ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା
  • ||
  • ଭୁବନେଶ୍ୱର: ମାସ ଶେଷରେ ଲଘୁଚାପ, ପ୍ରଥମ ସପ୍ତାହରେ ବର୍ଷିବ: ଆଜିଠୁ ୬ ଦିନ ଯାଏଁ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ପୁରୀ: ଅଣସର ପିଣ୍ଡିରେ ଚକା ବିଜେ ହେଲେ ଶ୍ରୀବିଗ୍ରହ, ଆଜି ଖଳି ଲାଗି ପରେ ମୋଦକ ସମର୍ପଣ ନୀତି
  • ||
  • ଭୁବନେଶ୍ୱର: ଆଜି ଭୁବନେଶ୍ୱର କୋର୍ଟ ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଆଇନଜୀବୀ
  • ||
  • ଜଳେଶ୍ୱର: ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ଜୁନାଗଡ଼: ସାଥିରେ ନେଲେନି ବୋଲି… ଦୁଇ ବନ୍ଧୁଙ୍କୁ ଏସିଡ୍‌ ମାଡ଼ କଲା ମଦ୍ୟପ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆପଡ଼ା: ପୁଅକୁ ଟାଙ୍ଗିଆରେ ହତ୍ୟା କରି ଆତ୍ମହତ୍ୟା କଲା ବାପା
  • ||

ଆସନ୍ତାକାଲି ଓଡ଼ିଶା ବନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ

ଭୁବନେଶ୍ୱର,୨୦।୨: ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନର ଆହ୍ଵାନରେ ଗୁରୁବାର ପ୍ରସ୍ତାବିତ ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁଁ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ଏବଂ ଲୋକମାନେ ପ୍ରଭାବିତ ହେବେ।

ମାଟ୍ରିକ୍‌ ପରୀକ୍ଷାର ପୂର୍ବଦିନ ଏହି ଆନ୍ଦୋଳନ ହେଉଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ତଥା ବୁଦ୍ଧିଜୀବୀ ମାନଙ୍କର ଚିନ୍ତା ବଢ଼ି ଯାଇଛି। ବନ୍ଦକୁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ ସମର୍ଥନ ଜଣାଇଛି। ଯଦିଓ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ପାଳନ ହେବାକୁ ଯାଉଛି, ତଥାପି କୌଣସି ଅସୁବିଧା ହେବ ନାହିଁ ବୋଲି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରୀ ୨୧ରେ ହେବାକୁ ଥିବା ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି।