ଭୁବନେଶ୍ବର,୧୭/୭ : ଟିପିଏସଓଡିଏଲର ପୂର୍ବତନ ଗ୍ରେଡ୍-ଏ ଲାଇନମ୍ୟାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ । ଶୁକ୍ରବାର କନ୍ଧମାଳ ଜିଲ୍ଲାର ଟିକାବାଲି ବିଦ୍ୟୁତ ବିଭାଗର ସହକାରୀ ପରିଚାଳକଙ୍କ କାର୍ଯ୍ୟାଳୟର ପୂର୍ବତନ ଗ୍ରେଡ୍-ଏ ଲାଇନମ୍ୟାନ ଏବଂ ବର୍ତ୍ତମାନ କୋଟଗଡ଼ ଟିପିଏସଓଡିଏଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ କାଳୁ ଚରଣ ପାଲେଇଙ୍କୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁର ଭିଜିଲାନ୍ସ ଥାନା ମାମଲା ନଂ-୨୫, ତାରିଖ ୧୭.୧୧.୨୦୨୨ ଅନୁଯାୟୀ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନ୍ତର୍ଗତ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସେ ଜଣେ ଦୋକାନୀଙ୍କ ଦୋକାନକୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ୫,୦୦୦ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରିଥିଲେ। ଅଦାଲତ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ କାଳୁ ଚରଣ ପାଲେଇଙ୍କୁ ସରକାରୀ ସେବାରୁ ବରଖାସ୍ତ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ଆହୁରି ପଢନ୍ତୁ : ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ ; ଆଶୁଆରୋଗ୍ୟ କାମନା କଲେ ନବୀନ ପଟ୍ଟନାୟକ