ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଓଡ଼ିଆ ଝିଅ ଆରାଧନା ମିସେସ୍‌ ଇଣ୍ଡିଆ ମିଡିଲ୍‌ ଇଷ୍ଟ ଦ୍ୱିତୀୟ ରନର୍ସଅପ୍

Published By : Prameya | October 20, 2024 10:25 AM

ଭୁବନେଶ୍ୱର,୨୦/୧୦: ମଧ୍ୟପ୍ରାଚ୍ୟରେ ବିବାହିତ ଭାରତୀୟ ମହିଳାଙ୍କ ପାଇଁ ପ୍ରଥମ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସେସ୍‌ ଇଣ୍ଡିଆ ମିଡିଲ୍‌ ଇଷ୍ଟର ଦ୍ୱିତୀୟ ସିଜିନ୍‌ ଫାଇନାଲ୍‌ ଦୁବାଇ ଠାରେ  ଗତ ସେପ୍ଟେମ୍ବର ୮ରେ ଅନୁଷ୍ଠିତ ହୋଇଥିଲା ।  ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆରାଧନା ଦାସ  ମିସେସ୍‌ ଇଣ୍ଡିଆ ମିଡିଲ୍‌ ଇଷ୍ଟ ଦ୍ୱିତୀୟ ରନର୍ସଅପ୍‌  ମୁକୁଟ ହାସଲ କରିଛନ୍ତି । ମିସେସ୍‌ ଇଣ୍ଡିଆ ମିଡିଲ୍‌  ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ୍‌ ଫିନିଶ୍‌ ହାସଲ  କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ।  

ଆରାଧନା ଭୁବନେଶ୍ୱରର ବାସିନ୍ଦା ଏବଂ ଗତ ୭ ବର୍ଷ  ଧରି ଦୁବାଇରେ ତାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ବେହେରା  ଏବଂ ଝିଅ ସାନ୍‌ଭୀ ବେହେରାଙ୍କ  ସହ ରହିଆସୁଛନ୍ତି ।  ପ୍ରତିଯୋଗିତାରେ  ଆରାଧନାଙ୍କୁ ମିସେସ୍‌  ଇଣ୍ଟେଲେକ୍‌ଚୁଆଲ୍‌  ଉପାଧି ମଧ୍ୟ ପ୍ରଦାନ  କରାଯାଇଛି ।  ଆରାଧନା  ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ  କାର୍ଯ୍ୟ କରୁଥିଲେ  କିନ୍ତୁ ଝିଅ ଜନ୍ମ  ପରେ ବୃତ୍ତି ଛାଡ଼ି  ପାରିବାରିକ  ଦାୟିତ୍ୱକୁ  ଅଗ୍ରାଧିକାର  ଦେବାକୁ ନିଷ୍ପତ୍ତି  ନେଇଥିଲେ ।  ଏହି  ପ୍ରତିଯୋଗିତାରେ  ବିଜୟୀ ହୋଇ ସେ  ଓଡ଼ିଶାକୁ ଗର୍ବିତ  କରିଛନ୍ତି । ଭଗବାନଙ୍କ  କୃପା ଏବଂ ପରିବାରର  ସମର୍ଥନ ସେ ଏହି  ଗୌରବ ହାସଲ  କରିଥିବା ନେଇ  ପ୍ରତିକ୍ରିୟାରେ  କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.