ନୂଆଦିଲ୍ଲୀ : ଆଇପିଏଲ ୨୦୨୬ ବେଶ ରୋମାଞ୍ଚକର ହେବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ତେବେ ଏହି ସିଜିନ ଆରମ୍ଭ ହେବା ପୂର୍ବରୁ ଅନେକ ଖେଳାଳି ବହତକ କାରଣରୁ ବାଦ୍ ପଡ଼ିଲେଣି । ଦ୍ରୁତ ବୋଲରଙ୍କ ଉପରେ ଯେମିତି କାହାର ନଜର ଲାଗି ଯାଇଛି ଏମିତି ମନେ ହେଉଛି । ଆହତ କାରଣରୁ ବିଶ୍ରାମ କରୁଥିବା ଟିମ୍ ଇଣ୍ଡିଆର ଷ୍ଟାର ବୋଲର ହର୍ଷିତ ରାଣା ଚଳିତ ଆଇପିଏଲ ଖେଳିବେ ନାହିଁ । ସେ ବାଦ୍ ପଡ଼ିଥିବାବେଳେ ଏନେଇ ସୂଚନା ଦେଇଛନ୍ତି କେକେଆରର ମୁଖ୍ୟ ପ୍ରଶିକ୍ଷକ ଅଭିଶେକ ନାୟାର । ସେ ଆହତ ଥିବାବେଳେ କିଚି ମ୍ୟାଚରୁ ବାଦ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ଦଳ ପକ୍ଷରୁ ସ୍ପଷ୍ଠ କରାଯାଇଛି କି, ସେ ସମ୍ପୂର୍ଣ୍ଣ ସିଜିନରୁ ବାଦ ପଡ଼ିଛନ୍ତି । ଯାହାକି କେକେଆର ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

ଟି-୨୦ ବିଶ୍ବକପ ସମୟରେ ଦକ୍ଷିଣଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ ସମୟରେ ଆହତ ହୋଇଥିଲେ ହର୍ଷିତ ରାଣା । ଯେଉଁ କାରଣରୁ ଟି-୨୦ ବିଶ୍ବକପରେ ଖେଳିପାରିନଥିଲେ । ଆଶା ଥିଲା କି, ସେ ଶୀଘ୍ର ସୁସ୍ଥ ହେବେ । ମାତ୍ର ଫିଟନେସ୍ ଠିକ୍ ହୋଇନଥିବାବେଳେ ସେ ଏବେ ଚିକିତ୍ସିତ ହେଉଛନ୍ତି । କେକେଆର ପୂର୍ବରୁ ବିବାଦ ପାଇଁ ମୁସ୍ତାଫିଜୁରଙ୍କୁ ରିଲିଜ୍ କରିଛି । ଏହାସହ ଟି-୨୦ ବିଶ୍ବକପ ସମୟରେ ପଥିରାନା ମଧ୍ୟ ଆହତ ହୋଇଥିବାବେଳେ ପ୍ରଥମରୁ କିଛି ମ୍ୟାଚରେ ଖେଳିନପାରନ୍ତି ବୋଲି କୁହାଯାଉଛି । ଆଉ ଏବେ ହର୍ଷିତ ବାଦ୍ ପଡ଼ିଥିବାବେଳେ ଦଳର ଚିନ୍ତା ଦ୍ବିଗୁଣିତ ବଢ଼ିଯାଇଛି ।

ଏହାକୁ ନେଇ ମୁଖ୍ୟ ପ୍ରଶିକ୍ଷକ ଅଭିଶେକ ନାୟାର କହିଛନ୍ତି କି, ଆମେ ହର୍ଷିତଙ୍କୁ ବହୁତ ମିସ୍ କରିବୁ । ଦଳରେ ତାଙ୍କ ଅନ୍ୟ କିଏ ନେବା ଅସମ୍ଭବ । ସେପଟେ ପଥିରାନା ଫିଟନେସ ସାର୍ଟିଫିକେଟ୍ ପାଇବା ପରେ ଅଭ୍ୟାସରେ ଯୋଗଦେବେ । ଅନ୍ୟପଟେ ଦଳର ଅନ୍ୟ ଦେଶୀ ବୋଲରଙ୍କ ମଧ୍ୟରେ ରହିଛନ୍ତି ନବଦୀପ ସାଇନ୍, ଆକାଶ ମାଧଓ୍ବାଲ, ସିମରଜିତ ସିଂହ । ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ପାଇଁ ଜୋରଦାର ଅଭ୍ୟାସ ଜାରି ରକିଛନ୍ତି । ତେବେ କେକେଆର ନିଜର ପ୍ରଥମ ମ୍ୟାଚରେ ମୁମ୍ବାଇକୁ ଭେଟିବାକୁ ଯାଉଛି ।