ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସୁଏଜ କେନାଲରେ ଫସିଲା ଅଚଳ ଟ୍ୟାଙ୍କର, ବିଶ୍ୱ ଜଳପଥରେ ଯାତାୟାତରେ ହେଲା ବାଧାପ୍ରାପ୍ତ

କାଏରୋ,୦୫/୦୬: ଇଜିପ୍ଟର ସୁଏଜ କେନାଲରେ ଏକ ତେଲ ଭର୍ତ୍ତି ଟ୍ୟାଙ୍କର ରବିବାର ଅଚଳ ହୋଇ ଅଟକି ରହିଥିଲା । ଏଥିଯୋଗୁ ଏହି ଜଳମାର୍ଗରେ ବୈଶ୍ୱିକ ପରିବହନ ବାଧାପ୍ରାପ୍ତ ହୋଇଥିଲା । ଏହା ରୁଷ୍‌ରୁ ତେଲ ନେଇ ଚୀନ୍‌ ଯାଉଥିଲା ବୋଲି ଜଣାପଡ଼ିଛି ।

ଇଜିପ୍ଟର ସୁଏଜ୍‌ କେନାଲ ପ୍ରାଧିକରଣର ମୁଖପାତ୍ର ଜର୍ଜ ସଫ୍‌ୱାତ୍‌ କହିଛନ୍ତି, ମାଲ୍‌ଟା ପତାକା ଥିବା ଏକ ସିଭିଗୋର ଟ୍ୟାଙ୍କର କେନାଲର ୧୨ କିଲୋମିଟର ପଏଣ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇଯାଇଥିଲା । ଟ୍ୟାଙ୍କରଟି କେନାଲ ଦେଇ ଭୂମଧ୍ୟସାଗରରୁ ଲୋହିତ ସାଗର ଆଡ଼କୁ ଯାଉଥିଲା । କେନାଲର ସିଙ୍ଗଲ୍‌ ଲେନ୍‌ ପାର୍ଟରେ ଅଚଳ ହୋଇଯାଇଥିଲା । ଏଥିଯୋଗୁ ପ୍ରାୟ ୮ଟି ଜାହାଜ ପଛରେ ଫସିରହିଥିଲା । ପ୍ରାଧିକରଣ ପକ୍ଷରୁ ଉକ୍ତ ଟ୍ୟାଙ୍କରକୁ ସେଠାରୁ ହଟାଇ ଟ୍ରାଫି୍‌କ ଜାମ୍‌ କ୍ଲିୟର କରିବା ପାଇଁ ୩ଟି ଟବ୍‌ବୋଟ୍‌କୁ ନିୟୋଜିତ କରାଯାଇଥିଲା । କିଛି ସମୟ ପରେ ଟ୍ୟାଙ୍କରଟିକୁ ସେଠାରୁ ୧୭ କିଲୋମିଟର ଦୂରକୁ ଟାଣି ନିଆଯାଇଥିଲା । ପରେ ସେଠାରେ ଜାହାଜ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ଦିଆଯାଇଛି ।

୨୦୧୬ରେ ସିଭିଗୋର ଟ୍ୟାଙ୍କର ନିର୍ମାଣ ହୋଇଥିଲା । ଏହାର ଲମ୍ବ ୮୯୯ ଫୁଟ୍‌ ଏବଂ ପ୍ରସ୍ତ ୧୫୯ ଫୁଟ୍‌ ବୋଲି ମେରାଇନ୍‌ ଟ୍ରାଫିକ୍‌ ପକ୍ଷରୁ କୁହାଯାଇଛି । ସୁଏଜ କେନାଲ ସାରା ଦୁନିଆର ପରିବହନ ଜଙ୍କସନ୍‌ ଭାବେ ଜଣା । ଏହି ମାର୍ଗ ଦେଇ ବିଶ୍ୱର ଅଧିକାଂଶ ଟ୍ରାନ୍ସପୋର୍ଟିଂ କାର୍ଯ୍ୟ ହୋଇଥାଏ । ୨୦୨୧ ମାର୍ଚ୍ଚରେ ଏଭରଗ୍ରୀନ୍‌ ଜାହାଜ ସୁଏଜ କେନାଲରେ ୬ ଦିନ ଧରି ଫସି ରହିଥିଲା । ଏଥିଯୋଗୁ ଏହି ମାର୍ଗରେ ସାରା ବିଶ୍ୱର ପରିବହନ କାରବାର ଠପ୍‌ ହୋଇଯାଇଥିଲା । ସୁଏଜ କେନାଲ ପ୍ରାଧିକରଣ ଅନୁସାରେ ଗତ ବର୍ଷ ୨୩,୮୫୧ ଜାହାଜରେ ବିଭିନ୍ନ ସାମଗ୍ରୀ ପରିବହନ ହୋଇଥିଲା । ସେହିପରି ୨୦୨୨ରେ ଏଥିଜନିତ ରାଜସ୍ୱ ୮୦୦ କୋଟି ଡଲାରକୁ ଛୁଇଁଥିଲା, ଯାହାକି ସୁଏଜ କେନାଲ ଇତିହାସରେ ସବୁଠୁ ଅଧିକ।

wp:embed {"url":"https://www.prameya.com/britain-admits-took-kohinoor-by-force/","type":"wp-embed","providerNameSlug":"prameya"}
https://www.prameya.com/britain-admits-took-kohinoor-by-force/
/wp:embed

Copyright © 2022 - Summa Real Media Private Limited. All Rights Reserved.