ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌

Published By : Prameya | October 22, 2024 12:08 PM

କଟକ,୨୨/୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)  ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର  ବିଭାଗୀୟ ସେବା (ଓଜେଏସ୍‌)ର ମୁଖ୍ୟ  ଲିଖିତ ପରୀକ୍ଷା ଆସନ୍ତା ନଭେମ୍ବର ୩  ତାରିଖରୁ ଆରମ୍ଭ ହେବାକୁ ଯାଉଛି । କଟକ, ଭୁବନେଶ୍ୱର ଏବଂ ସମ୍ବଲପୁର  ପରୀକ୍ଷା କେନ୍ଦ୍ରରେ ମୋଟ ୬୮୦ ଜଣ  ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ଏଥିନିମନ୍ତେ ଓପିଏସ୍‌ସି ପକ୍ଷରୁ ପରୀକ୍ଷା  ସୂଚୀ ପ୍ରକାଶ ପାଇଛି । 

ନଭେମ୍ବର  ୩ରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା  ଯାଏ ପ୍ରଥମ ସିଟିଂ ଏବଂ ଅପରାହ୍ଣ  ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ  ସିଟିଂରେ ବାଧ୍ୟତାମୂଳକ ବିଷୟ ବା  ପେପର୍‌ ପରୀକ୍ଷା କରାଯିବ । ୪  ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ  ଦୁଇଟି ସିଟିଂରେ ଇଚ୍ଛାଧୀନ ବିଷୟ  ପରୀକ୍ଷା ହେବ । 

ଭୁବନେଶ୍ୱରର ଡିଆର  ନୟାପଲ୍ଲୀ କଲେଜ ଏବଂ ୟୁନିଭରସିଟି  ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମୋଟ  ୪୧୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ  କଟକ ଇପ୍‌ସାର୍‌ କଲେଜ କେନ୍ଦ୍ରରେ  ୨୨୭ ଓ ସମ୍ବଲପୁରର ଧନକଉଡ଼ା  ସେଣ୍ଟ ଜନ୍‌ସ୍‌ ସ୍କୁଲରେ ହୋଇଥିବା  ପରୀକ୍ଷା କେନ୍ଦ୍ରରେ ୪୧ ପରୀକ୍ଷାର୍ଥୀ  ପରୀକ୍ଷା ଦେବେ । ଅକ୍ଟୋବର ୨୮  ତାରିଖରୁ ପରୀକ୍ଷାର୍ଥୀମାନେ ଓପିଏସ୍‌ସି  ୱେବ୍‌ସାଇଟ୍‌ରୁ ପରୀକ୍ଷା ପ୍ରବେଶପତ୍ର ପାଇପାରିବେ ବୋଲି ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.