ଚମ୍ପୁଆ, ୨୧/୦୯: କେନ୍ଦୁଝର ଜିଲ୍ଲା  ଚମ୍ପୁଆ ବନାଞ୍ଚଳରେ ଗୋଠଛଡା ଦନ୍ତାଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ରବିବାର ଭୋରୁ ଶୌଚ ହେବାକୁ ଯାଉଥିବା ବେଳେ ଗୋଠଛଡା ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଚମ୍ପୁଆ ଥାନା ସୁନାପଶି ପଞ୍ଚାୟତ ଯୋଡା ପୋଖରୀ ଗ୍ରାମର ନରୋତ୍ତମ ମହାନ୍ତ (୬୫ ବର୍ଷ) ବୋଲି ଜଣାପଡ଼ିଛି  |

ସୂଚନା ମୁତାବକ, ରବିବାର ଭୋର ୫ଟା ବେଳେ ନରୋତ୍ତମ ଶୌଚ ହେବାକୁ ଯାଉଥିବା ବେଳେ ଘର ନିକଟରେ ଥିବା ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତାଟି ତାଙ୍କ ଛାତିରେ ଚଢି ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା । ଫଳରେ ଘଟଣାସ୍ଥଳରେ ନରୋତ୍ତମଙ୍କ ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଦନ୍ତାଟିକୁ ସେଠାରୁ ଘଉଡ଼ାଇ ମୃତଦେହକୁ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଅସନ୍ତୋଷ ପ୍ରକାଶ ପାଇଛି ।​​​​​​​​​​​​​​