ଜୁନାଗଡ଼,୨୪/୦୫: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତ ବୃଦ୍ଧ ଜଣକ କଳ୍ପେଶ୍ୱର ମେହେର (୭୦) ବୋଲି ଜଣାପଡିଛି ।
ସୂଚନା ମୁତାବକ, ଶନିବାର ସକାଳେ ବଳଦିଆମାଲ ଛକରେ ଥିବା ନିଜ ଦୋକାନକୁ କଳ୍ପେଶ୍ୱର ଆସୁଥିଲେ । ଏହି ସମୟରେ ଜୟପୁର ଆଡ଼କୁ ଯାଉଥିବା ଏକ ଟ୍ରକ୍ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ୍ଟିକୁ ଅଟକ ରଖିଥିବାବେଳେ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୁଲିସ ।