କଟକ, ୪।୧୦: ଗୋବରୀ ନଦୀରେ ଜଣେ ବୃଦ୍ଧା ବୁଡ଼ି ନିଖୋଜ ଅଛନ୍ତି l କୁଆଁପାଳ ଦମକଳବାହିନୀ ପହଞ୍ଚି ବୃଦ୍ଧା ଜଣଙ୍କୁ ଖୋଜାଖୋଜି ଜାରି ରଖି । ନିଖୋଜ ଥିବା ବ୍ୟକ୍ତି ଜଣକ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଜଳେଶ୍ଵରପୁର ପଞ୍ଚାୟତ ଗଙ୍ଗପୂରା ଗ୍ରାମର ୭୫ ବର୍ଷୀୟ ସଂସ୍କର୍ଷଣ ଦାସ l ଗତକାଲି ରାତିର ଶୌଚ ହେବାକୁ ଯାଇଥିବା ବେଳେ ଗୋବରୀ ନଦୀକୁ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ l ଆଜି ପରିବାର ବହୁ ସମୟ ଧରି ଖୋଜାଖୋଜି ପରେ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି l ବର୍ତ୍ତମାନ ସୁଦ୍ଧା ବୃଦ୍ଧାଙ୍କର କୌଣସି ନିଖୋଜଙ୍କ ପତ୍ତା ମିଳିନାହିଁ l