PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଶୌଚ ପାଇଁ ଯାଇ ଫେରୁଥିବା ବେଳେ ମାଡିଗଲା ଟ୍ରେନ, ଚାଲିଗଲା ବୃଦ୍ଧାଙ୍କ ଜୀବନ

ଲମତାପୁଟ, ୯।୮ ଶୌଚ ପାଇଁ ଯାଇ ଫେରୁଥିବା ସମୟରେ ମାଡି ଗଲା ଟ୍ରେନ । ଘଟଣା ସ୍ଥଳରେ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଗ୍ରାମ ପଞ୍ଚାୟତ ସଦର ଗ୍ରାମର ଲାଚାନା ସେଠୀ ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଗ୍ରାମ ପଞ୍ଚାୟତ ସଦର ଗ୍ରାମର  ଲା ଚା ନା ସେଠୀ ଓ ରାମାରାଓ ଖିଲ ଶୌଚ ପାଇଁ ଯାଇ ଫେରୁଥିଲେ। ଏହି ସମୟରେ ବାଲଡା ନୂତନ ରେଳ ଲାଇନରେ ଟ୍ରେନ ଧକ୍କାରେ ଲାଚାନାଙ୍କ  ମୁଣ୍ଡ କଟି ମୃତ୍ୟୁ ଘଟିଛି।   ଏ ନେଇ ସାଥୀରେ ଯାଇଥିବା ରାମାରାଓ  ପରିବାର ଲୋକ ଓ ଗ୍ରାମବାସୀଙ୍କୁ  ଜଣାଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ଘଟଣା ସ୍ଥଳକୁ ପହଞ୍ଚି ଥିଲେ।  ଉକ୍ତ ଘଟଣା  ସମ୍ପର୍କରେ ଲାଚାନାଙ୍କ ପୁଅ ଅର୍ଜୁନ ସେଠୀ ରେଳ ବିଭାଗକୁ ଜଣାଇଥିଲେ।