ନୂଆଦିଲ୍ଲୀ,୨୦/୦୪: ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଦିଲ୍ଲୀ ଯାତ୍ରା ନେଇ ଇଣ୍ଡିଗୋ ଫ୍ଲାଇଟ୍‌ରେ ଶନିବାର ରାତିରେ ଉଡ଼ାଣ ଭରିଥିଲେ । ଫ୍ଲାଇଟ୍‌ଟି ଦିଲ୍ଲୀ ପରିବର୍ତ୍ତେ ଜୟପୁରକୁ ଡାଇଭର୍ଟ ହୋଇଥିଲା । ଫଳରେ ଗୋଟିଏ ରାତି ଫସି ରହିଥିଲେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ଏହାକୁ ନେଇ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ।

ରାତି ପ୍ରାୟ ୧ଟାରେ ସୋସିଆଲ ମିଡ଼ିଆ ଏକ୍ସରେ ସେଲ୍ଫି ସହିତ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, ''  ଜାମ୍ମୁ କାଶ୍ମୀରରୁ ଦିଲ୍ଲୀ ଆସୁଥିବା ବିମାନକୁ ଦିଲ୍ଲୀ ବିମାନବନ୍ଦର ସ୍ଥିତି ଖରାପ ପାଇଁ ଜୟପୁରକୁ ଡାଇଭର୍ଟ କରାଯାଇଥିଲା । ଫଳରେ ବିଲମ୍ବିତ ରାତି ଯାଏ ଏୟାରପୋର୍ଟରେ ଫସି ରହିଥିଲି । ଦିଲ୍ଲୀ ଏୟାରପୋର୍ଟ ଏକ ବ୍ଲଡ଼ି ସିଟ୍ ( କ୍ଷମା କରିବେ ମୋର ଭାଷା ପାଇଁ କିନ୍ତୁ ମୁଁ ବିନମ୍ର ହେବାର ମୁଡ଼ରେ ନାହିଁ) । ଜମ୍ମୁରୁ ଉଡାଣ ଭରିବାର ୩ ଘଣ୍ଟା ପରେ ଫ୍ଲାଇଟ୍ ଜୟପୁରକୁ ଡାଇଭର୍ଟ ହୋଇଛି । ଏବେ ରାତି ୧ଟା ହେଲାଣି ମୁଁ ଜାଣିନି ଏଠୁ କେତେବେଳେ ବାହାରିବୁ ।'' 

ଅଧିକ ପଢନ୍ତ...Westbengal: ମମତାଙ୍କ ଖୋଲା ଚିଠିକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ; କେନ୍ଦ୍ର ଉପରେ ସୁଝାଇଲେ ସବୁ ରାଗ

ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଏହି ଟ୍ବିଟ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିଛି ୟୁଜର୍ସ ଦିଲ୍ଲୀ ଏୟାରପୋର୍ଟର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । କିଛି ପାଣିପାଗକୁ ଦୋଷ ଦେଇଥିବା ବେଳେ କିଛି ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଏବଂ ଯୋଗଯୋଗର ଅଭାବକୁ ଟାର୍ଗେଟ କରିଛନ୍ତି । ଏବେ ଯାଏ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ଫ୍ଲାଇଟ୍‌ ଡାଇଭର୍ଟ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ଖରାପ ପାଣିପାଗ ପାଇଁ ପ୍ଲେନ୍ ଦିଗ ବଦଳାଇଥିବା ସୁତ୍ରରୁ ଜଣାପଡିଛି । ଶନିବାର ଭୋର ୩ଟାରେ ପ୍ଲେନଟି ଜୟପୁରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଜଣାପଡିଛି ।