PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ନୋବେଲ ପୁରସ୍କାର ପାଇବାକୁ ମୁଁ ଯୋଗ୍ୟ ନୁହେଁ: ଇମ୍ରାନ

ନୂଆଦିଲ୍ଲୀ,୪।୩: ଭାରତର ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବରେ ଭାରତକୁ ଫେରାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୋବେଲ ପୁରସ୍କାର ଦେବାକୁ ଏବେ ପାକରେ ଦାବି ହେଉଛି। ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଇମ୍ରାନ ବୟାନ ଦେଇଛନ୍ତି। ଆଜି ସେ ଏନେଇ ଏକ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ନୋବେଲ ପୁରସ୍କାର ପାଇଁ ମୁଁ ଯୋଗ୍ୟ ନୁହେଁ। ତେବେ ଏହି ଟ୍ବିଟରେ କଶ୍ମୀର ପ୍ରସଙ୍ଗରେ କିନ୍ତୁ ନିଜର ଅସନ୍ତୋ​‌ଷ ପ୍ରକାଶ କରିଚନ୍ତି।

 ସେ ଟ୍ବିଟ୍ କରିଛନ୍ତି ନୋବେଲ ଶାନ୍ତି ପୁରସ୍କାର ତାଙ୍କୁ ମିଳିବା ଦରକାର ଯେଉଁ ବ୍ୟକ୍ତି କଶ୍ମୀର ସମସ୍ୟାକୁ କଶ୍ମୀରର ଲୋକଙ୍କ ଇଛା ଅନୁସାରେ ନୋବେଲ ଶାନ୍ତି ପୁରସ୍କାର ତାଙ୍କୁ ମିଳିବା ଦରକାର ଯେଉଁ ବ୍ୟକ୍ତି କଶ୍ମର ସମସ୍ୟାକୁ କଶ୍ମୀର ଲୋକଙ୍କ ଇଛା ଅନୁସାରେ ସମାଧାନ କରିପାରିବ। ଏହି ସମସ୍ୟାର ସମାଧାନ ଦ୍ବାରା ଶାନ୍ତି ଓ ବିକା​‌ଶ ଫେରିବ।  ସେ ଲେଖିଛନ୍ତି ଏହି ପୁରସ୍କାର ପାଇଁ ମୁଁ ଯୋଗ୍ୟ ନୁହେଁ।