PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଆମିର ଖାନଙ୍କ ବିରୋଧରେ ମାମଲା ରୁଜୁ , ଭାରତୀୟ ସେନାର ଅପମାନ କରିଥିବା ନେଇ ଅଭିଯୋଗ

ମୁମ୍ୱାଇ – ଆମିର ଖାନଙ୍କର ଫିଲ୍ମ ଲାଲ ସିଂହ ଚଢ଼ା ଗୁରୁବାର ରିଲିଜ୍‌ ହୋଇଛି। ଅନେକ ବର୍ଷ ପରେ ଲାଲ ସିଂହ ଚଢ଼ା ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅର୍ଥାତ୍‌ ୧୧ ଅଗଷ୍ଟରେ ରିଲିଜ୍‌ ହୋଇଛି । କହି ରଖୁଛୁ କି , ଯେବେ ଠାରୁ ଫିଲ୍ମର ଘୋଷଣା ହୋଇଛି , ସେବେ ଠାରୁ  ଫିଲ୍ମକୁ ନେଇ ବହୁତ ବିବାଦ ଚାଲିଛି। କୌଣସି ନା କୌଣସି କାରଣରୁ ଫିଲ୍ମକୁ ବିରୋଧ କରାଯାଉଛି।

ଖାଲି ଏତିକି ନୁହେଁ , ସୋସିଆଲ ମିଡ଼ିଆରେ ତ ଫିଲ୍ମର ବୟକଟ୍‌ ପାଇଁ ଦାବି ଉଠିଛି । ସେପଟେ ଫିଲ୍ମ ରିଲିଜ୍‌ ହୋଇ ଥିବାରୁ ବିବାଦ ବଢ଼ିବାରେ ଲାଗିଛି । ଆମିର ଖାନଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି । ଆମିରଙ୍କ ବିରୋଧରେ, ଇଣ୍ଡିଆନ୍‌ ଆର୍ମିକୁ ଡିସ୍‌ରେସ୍ପେକ୍ଟ କରିବା ଓ ତାଙ୍କର ଭାବନାକୁ ଆଘାତ ଦେବାର ଅଭିଯୋଗ ହୋଇଛି । ଏବେ ଦେଖିବାକୁ ବାକି ରହିଲା ଏହା ଉପରେ ଆମିର କଣ ପ୍ରତିକ୍ରିୟା ଦେଉଛନ୍ତି ।

କହି ରଖୁଛୁ କି , ହିନ୍ଦୁ ଆଉଟ୍‌ଫିଟ୍‌ ସନାତନ ରକ୍ଷକ ସେନାର ସଦସ୍ୟ ଉତ୍ତର ପ୍ରଦେଶରେ ଫିଲ୍ମର ବିରୋଧ କରୁଛନ୍ତି। ତାଙ୍କର କହିବା ହେଲା , ସେ ଫିଲ୍ମକୁ ପୂରା ଭାରତରେ ବ୍ୟାନ କରିବାକୁ ଚାହୁଁଛନ୍ତି। ସଙ୍ଗଠନର ସଦସ୍ୟ ଆମିର ଖାନଙ୍କ ଉପରେ ତାଙ୍କର ଧାର୍ମିକ ଭାବନାକୁ ଆଘାତ ଦେବାର ଅଭିଯୋଗ ଲଗେଇଛନ୍ତି । ସେ ଏହା ବି କହିଛନ୍ତି ଆମେ ସବୁ ସନାତନ ନିଜ ଦେଶରେ ତାଙ୍କ ଫିଲ୍ମ ପ୍ରଦର୍ଶିତ ହେବାକୁ ଦେବୁ ନାହିଁ ।  

ଉଲ୍ଲେଖନୀୟ ଯେ,  ଫିଲ୍ମର ଏତେ ବିରୋଧ ସତ୍ତ୍ୱେ ଲାଲ ସିଂହ ଚଢ଼ା ପ୍ରଥମ ଦିନରେ ୧୧.୫୦କୋଟି ଟଙ୍କା ପର୍ଯ୍ୟନ୍ତ କଲେକ୍ସନ କରିପାରିଛି । କ୍ରିଟିକ୍ସଙ୍କ ରିପୋର୍ଟ ମୁତାବିକ , ଫିଲ୍ମରୁ ଯେତେ ଆଶା କରାଯାଉ ଥିବା ସେତିକି ଆୟ କରିପାରିନି ।