ହୋଲି ହେଲା କାଳ, ସଡ଼କ ଦୁର୍ଘଟଣାରେ ଜଣେ ମୃତ ଦୁଇ ଆହତ

ବିଞ୍ଝାରପୁର,୮/୩: ଯାଜପୁର ବରପଦା-କପିଳା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିଞ୍ଝାରପୁର ପ୍ରୀତିପୁର ଗ୍ରାମ ପଞ୍ଚାୟତର ଚନ୍ଦନ ଦାସ, ଦିବ୍ୟଜ୍ୟୋତି ମହାନ୍ତି ବିତନା ପଂଚାୟତର ଧନେଶ୍ୱର ବେହେରା ତିନିଜଣ ହୋଲି ଖେଳ ସାରି ସାଙ୍ଗ ମାନଙ୍କ ସହିତ ବିଞ୍ଝାରପୁରରୁ ପ୍ରୀତିପୁର ଘରକୁ ମୋଟରସାଇକେଲରେ ଫେରୁଥିଲେ। ଏହି ସମୟରେ ବରପଦା-କପିଳା ନିକଟସ୍ତ ରାସ୍ତାରେ ଭାରଶ୍ୟାମ ହରାଇ ଗଛରେ ବାଡେଇବା ଫଳରେ ଘଟଣାସ୍ଥଳରେ ଚନ୍ଦନ ଦାସଙ୍କ ମୃତ୍ୟୁ ହୋଇଛି।
ତେବେ ଅନ୍ୟ ଦୁଇ ଧନେଶ୍ୱର ଓ ଦିବ୍ୟଜ୍ୟୋତି ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥିତ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତିl ଏହି ଖବର ପ୍ରସାରିତ ହେବା ପରେ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।