ନେତାଜୀଙ୍କ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ମାଟିର ପୁଅ ସତ୍ୟ ସୂତାର

ଭୁବନେଶ୍ବର, ୨୩।୧ ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୁତାର ଚଳିତ ବର୍ଷ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗତ ବର୍ଷ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚଳିତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ ଏହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ସୁଭାଷ ଚନ୍ଦ୍ର ବୋଷ ରୟାଲ ହୋଟେଲରେ ପାଖାପାଖି ତିନି ମାସ ରହି ସେଠାରେ ଥିବା ଏକ ପଡିଆରେ ଇଣ୍ଡିଆନ ନ୍ୟାସନାଲ ଆର୍ମିକୁ ଟ୍ରେନିଂ ଦେଉଥିବାରୁ ଚଳିତ ବର୍ଷ ସତ୍ୟ ସୂତାର ନେତାଜୀଙ୍କୁ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l
ସୂଚନା ଯୋଗ୍ୟ ଯେ, ସତ୍ୟ ସୂତାର ଓଡିଶା ଛାଡି ବିଦେଶ ଆସିବାର ପାଖା ପାଖି ୧୨ରୁ ୧୩ବର୍ଷ ହୋଇ ଗଲାଣି। ନେତାଜୀ ଯେଉଁ ସବୁ ଦେଶ ଗୁଡ଼ିକୁ ଭାରତକୁ ସ୍ୱାଧୀନତା କରିବା ଉଦ୍ଦେଶ୍ୟରେ ଯାଇଥିଲେ, ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇ ସତ୍ୟ ଚିନ୍ତା କରିଥିଲେ। ସେଥିପାଇଁ ସେହି ସବୁ ଦେଶ ଗୁଡିକୁ ଯାଇ ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳି ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣେଇବା ପାଇଁ ଗତ ବର୍ଷ ଠାରୁ ସେ ବିଦେଶ ମାଟିରେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି।