ନରସିଂହପୁର, ୨୮।୬ : ନରସିଂହପୁର ପୂର୍ବ ବନ ବିଭାଗ ଅଧୀନ ଦେବଭୂଇଁ ପଞ୍ଚାୟତ ଜୟଦାମଦୋରପୁର ଗ୍ରାମରେ ବନବିଭାଗ ଚଢାଉ କରି ୧୦ କେଜି ହରିର ମାଂସ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କରି  ଜୟଦାମୋଦରପୁର ଗ୍ରାମର ବିଷ୍ଣୁ ଟିଟୁ (୩୦)।

ବନ ବିଭାଗ ଅଧିକାରୀ (ରେଞ୍ଜର ) ଅନୁପ ଖେସ୍ ଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ବିଷ୍ଣୁ କୁକୁର ମାଧ୍ୟମରେ ହରିଣ ଶିକାର କରି  ଗାଁ ରେ କାଟୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଞ୍ଜର ଙ୍କ ସହିତ ବନ ବିଭାଗ କର୍ମଚାରୀମାନେ ଚଢାଉ କରିଥିଲେ।  ସେଠାରୁ  ହରିଣର କଟା ମୁଣ୍ଡ ସହିତ  ସିଂଘ, ଗୋଡ଼ ଓ  ୧୦ କେଜି ଓଜନର ହରିଣ ମାଂସ ଜବତ କରିଥିଲେ। ଏଥିସହ ବିଷ୍ଣୁଙ୍କୁ ଗିରଫ କରିଥିଲେ। ହରିଣଟି ୩୫ ରୁ ୪୦ କେଜି ଓଜନ ହେବ । ପ୍ରାୟ ୧୨ ଟି ପରିବାର ହରିଣ ମାଂସ ନେଇଥିବା ରେଞ୍ଜର ଶ୍ରୀ ଖେସ୍ ସୂଚନା ଦେଇଛନ୍ତି।  ଅଭିଯୁକ୍ତକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି।