ଭୁବନେଶ୍ୱର ୨୮।୬ : ହାଇପ୍ରୋଫାଇଲ ଠକ ଗିରଫ । କମ୍ପାନୀ ଆଳରେ ଲୋକଙ୍କ ଠାରୁ ୫ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ  କମିଶନରେଟ ପୁଲିସ ଜଣଙ୍କୁ ଗିରଫ କରିଛି।  ନେପାଳ ସୀମାରୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ସଚ୍ଚିଦାନନ୍ଦ ଭୋଇ ।

ଖବର ଅନୁଯାୟୀ, ଗୋ-ବ୍ୟାକ୍ କାର୍ ସର୍ଭିସ ନାମକ ଏକ କମ୍ପାନୀ କରି ଲୋକଙ୍କ ଠାରୁ ଠକେଇ କରୁଥିଲେ । କମ୍ପାନୀ ଆଳରେ ୫ କୋଟି ଟଙ୍କାର ଠକେଇ କରିଥିଲେ । ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗ ପରେ ଠକକୁ ଗିରଫ ପାଇଁ ପ୍ଲାନ ପ୍ରସ୍ତୁତ କରିଥିଲା ପୋଲିସ । ସହିଦ ନଗର, ସ୍ପେଶାଲ କ୍ରାଇମ୍ ୟୁନିଟ, ପାହାଳ ପୋଲିସ ଷ୍ଟେସନ ଆଦି ଅନେକ ସ୍ଥାନରେ ଠକ ନାଁରେ ରହିଥିଲା ମାମଲା । ଏପିରିକି ଅଭିଯୁକ୍ତ ନାଁରେ NBW ମଧ୍ୟ ଜାରି ହୋଇଥିଲା । ଏହି NBW ଜାରି ହୋଇଥିବା ବେଳେ ନେପାଳ ବର୍ଡର ଦେଇ ଦେଶ ବାହାରକୁ ଖସିଯିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଠକକୁ ଗିରଫ କରିଛି ପୋଲିସ ।

ଆହୁରି ପଢନ୍ତୁ : ମା’-ଝିଅଙ୍କ ତଣ୍ଟିକାଟି ହତ୍ୟା କଲେ ଦୁର୍ବୃତ୍ତ