ନୂଆଦିଲ୍ଲୀ ୨୫/୦୬: ଆମିଷ ଖାଆନ୍ତୁ କିମ୍ବା ନିରାମିଶ ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ ପନୀର୍ । କିନ୍ତୁ ଆଜିକାଲିର କିଛି ଠକ ବ୍ୟବସାୟୀ ସିନ୍ଥେଟିକ୍ ପନିର୍ ତିଆରି କରି ବିକ୍ରି କରିବାରେ ଲାଗିଛନ୍ତି । ଚାଲନ୍ତୁ ଦେଖିବା ଅସଲି ବା ନକଲି ପନିର୍ ପ୍ରଭେଦ କେମିତି ଜାଣିବେ?
ପନୀର୍ ପ୍ରାୟ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କର ସବୁଠାରୁ ଶ୍ରେଷ୍ଠ ବିକଳ୍ପ । ପନିର୍ରେ ପ୍ରୋଟିନ୍ ଓ ସୁସ୍ଥ ଚର୍ବି ଥିବା କାରଣରୁ ଏହାର ଚାହିଦା ବଢିଚାଲିଛି । କିନ୍ତୁ ପନିର୍ର ବଢୁଥିବା ଚାହିଦାକୁ ନେଇ ବ୍ୟବସାୟୀମାନେ ସିନ୍ଥେଟିକ୍ ପନିର୍କୁ ବଜାରରେ ବିକ୍ରି କରିବାରେ ଲାଗିଛନ୍ତି । ଯେଉଁଥିରେ ଷ୍ଟାର୍ଚ୍ଚ, ଡିଟରଜଣ୍ଟ ଓ ୟୁରିଆ ମିଶାଯାଉଛି । ଅଧିକ ସମୟ ଯାଏ ଭଲ ରଖିବା ପାଇଁ ପନିର୍ରେ ସଂରକ୍ଷକ ଓ ରଙ୍ଗ ମିଶାଇ ଦିଆଯାଉଛି । ଫଳରେ ଏହାକୁ ଖାଇବା ଦ୍ୱାରା ବ୍ୟକ୍ତିଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ପନିର୍ କିଣିବା ପୂର୍ବରୁ ଏହାକୁ ଭଲ ବାବେ ପରଖି ନେବା ଉଚିତ୍ ।
ପନିର୍କୁ ହାତରେ ଚକଟନ୍ତୁ: ପନିର୍ କିଣିବା ସମୟରେ ଏହାକୁ ସାମାନ୍ୟ ଚକଟି ନିଅନ୍ତୁ । ସିନ୍ଥେଟିକ୍ ପନିର୍ ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ଭଲ ପନିର୍ରେ କ୍ରିମ୍ର ସ୍ଥିତି ରହିଥିବା ଜଣାପଡିଥାଏ ।
ଆୟୋଡିନ୍ ଟେଷ୍ଟ: ଏକ ପ୍ୟାନ୍ରେ ପାଣି ନିଅନ୍ତୁ । ସେଥିରେ ପନିର୍ ପକାଇ ଫୁଟାନ୍ତୁ । ଥଣ୍ଡା ହେବା ପରେ ଏଥିରେ କିଛି ବୁନ୍ଦା ଆୟୋଡିନ୍ ପକାଇ ଦିଅନ୍ତୁ । ଯଦି ପନିର୍ର ରଙ୍ଗ ନୀଳ ହୋଇଯାଏ, ତେବେ ଏହା କୃତ୍ରିମ ହୋଇଥାଏ ।
ଆହୁରି ପଢ଼ନ୍ତୁ...Diabetes study : ଦ ଲାନ୍ସେଟ୍ର ଅଧ୍ୟୟନ ରିପୋର୍ଟ, ବନ୍ଧୁ ସାଥିରେ ଥିଲେ କମିବ ମଧୁମେହ
ଚାଖି ପାରିବେ: ପନିର୍ କିଣିବା ପୂର୍ବରୁ ଏହାକୁ ଚାଖି ନେବା ଉଚିତ୍ ।
ଅଏଲ୍ ଟେଷ୍ଟ: ପନିର୍କୁ ଛାଣିବା ସମୟରେ ଯାଞ୍ଚ କରିପାରିବେ । ଅସଲ ପନିର୍ କମ୍ ତେଲ ଛାଡୁଥିବା ବେଳେ ନକଲି ପନିର୍ରେ ଷ୍ଟାର୍ଚ୍ଚ ଥିବାରୁ ଅଧିକ ତେଲ ଛାଡିଥାଏ ।