ନୂଆଦିଲ୍ଲୀ,୨୮।୬:  ଜୁନ୍ ମାସ ହୋଇଥିଲେ ବି ଭାରତରେ ଦେଖିବାକୁ ମିଳୁଛି ପ୍ରବଳ ଗରମ। ହେଲେ ୟୁରୋପ ବି ଏଥିରୁ ବାଦ୍ ପଡିନି। ଫ୍ରାନ୍ସରେ ଚଳିତ ସପ୍ତାହ ଭୀଷଣ ଗରମ ହସ୍ପିଟାଲ ଓ ଜରୁରୀ ସେବା ଉପରେ ସର୍ବାଧିକ ପ୍ରଭାବ ପକାଇଛି। ୨୪ ଜୁନ୍‌ରୁ ଏପର୍ଯ୍ୟନ୍ତ ଦେଶରେ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଦେଶର ବହୁ ଭାଗରେ ତାମପାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ପାର ପହଁଞ୍ଚିବା ପରେ ଏମର୍ଜେନ୍ସି କଲ୍‌ ବଢିବାରେ ଲାଗିଛି।

​​​​​​​

‘ପବ୍ଳିକ୍ ହେଲଥ୍ ଫ୍ରାନ୍ସ’ ରବିବାର ଏକ ବୟାନ ଜାରି କରି କହିଛି, ବୁଧବାରରୁ ଏପର୍ଯ୍ୟନ୍ତ ଦେଶରେ ସ୍ବାଭାବିକ ଦିନ ତୁଳନାରେ ପ୍ରାୟ ୧୦୦୦ ରୁ ଅଧିକ ଅତିରିକ୍ତ ମୃତ୍ୟୁ ଦେଖିବାକୁ ମିଳିଛି। ଏଜେନ୍ସି ଅନୁସାରେ, ଏହି ସମୟରେ ସବୁଠାରୁ ଅଧିକ ପ୍ରଭାବ ସେହି ଅଞ୍ଚଳରେ ଦେଖିବାକୁ ମିଳିଛି, ଯାହାକି ରେଡ୍ ହିଟ୍ ଆର୍ଲଟରେ ଥିଲା।  ଏଥିରେ ଇଲେ-ଡି-ଫ୍ରାନ୍ସ, ନୁଭେଲ-ଅକିଟେନ୍, ବ୍ରିଟେନ୍, ସେଣ୍ଟର-ଭେଲ ଡି ଲୟର, ନର୍ମଡି ଓ ପେସ୍ ଡି ଲା ଲୟର ରହିଛି। ଏଥିରୁ ପ୍ରାୟ ୮୫% ମୃତ୍ୟୁ ୬୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କର ହୋଇଛି।  ଚଳିତ ସପ୍ତାହ ଫ୍ରାନ୍ସର ୩୦ରୁ ଅଧିକ ବିଭାଗରେ ‘ରେଡ୍‌ ହିଟ୍ ଆର୍ଲଟ’ ଲାଗୁ ରହିଛି। ବୁଧବାର ସର୍ବାଧିକ ଗରମ ଦିନ ରୂପରେ ରେକର୍ଡ କରାଯାଇଛି।  ୨୪ ଘଣ୍ଟାର ହାରାହାରି ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍ ଆଖପାଖରେ ରହିଛି। 

ପଦ ପିଇବା ଉପରେ ରୋକ

ପ୍ୟାରିସରେ ଜରୁରୀକାଳୀନ ସେବା ବଢିବା କାରଣରୁ ପ୍ରଶାସନ ସପ୍ତାହିକ ଛୁଟିରେ ସର୍ବ ସାଧାରଣ ସ୍ଥାନରେ ମଦ ନପିଇବାକୁ ମନା କରିଛି। କେବଳ ସେତିକି ନୁହେଁ ଶନିବାର ହେବାକୁ ଥିବା ‘ପ୍ୟାରିସ୍ ପ୍ରାଇଡ୍ ମାର୍ଚ୍ଚ’କୁ ବି ଆଗକୁ ଘୁଞ୍ଚାଇ ଦିଆଯାଇଛି। ଗରମ ଯୋଗୁଁ ଏଫିଲ୍ ଟାଓ୍ବାର ଓ ଲୋଭରେ ମ୍ୟୁଜିୟମ୍‌ ଭଳି ପ୍ରସିଦ୍ଧ ସ୍ଥାନକୁ ମଧ୍ୟ ପୂର୍ବରୁ ବନ୍ଦ କରି ଦିଆଯାଇଛି। ପ୍ରଚଣ୍ଡ ଗରମରେ ବର୍ତ୍ତମାନ ୟୁରୋପ ଜଳୁଛି। ଶୁକ୍ରବାର ସବୁଠାରୁ ଗରମ ଦିନ ରହିଛି। ସ୍ପେନ୍ ଏବଂ ଜର୍ମାନୀରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପାର କରିଛି।