କୋରାପୁଟ,୧୩/୧୧: ଆର୍ମି ଡ୍ରେସ୍‌ର ଅପବ୍ୟବହାର କରୁଛନ୍ତି ଗଞ୍ଜେଇ ମାଫିଆ । ୟୁନିଫର୍ମ ପିନ୍ଧି କରୁଛନ୍ତି ଗଞ୍ଜେଇ ଚାଲାଣ । ଚାଲାଣ ବେଳେ ମାଡ଼ି ବସିଲା ରେଲୱେ ଓ ଆରପିଏଫ ପୋଲିସ । ଏହି ଘଟଣାରେ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ବିହାର ଅଞ୍ଚଳର ସୁମିତ ତିୱାରୀ ବୋଲି ଜଣାପଡ଼ିଛି । ଉକ୍ତ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଗଞ୍ଜେଇ ବିଶାଖାପାଟଣା ଚାଲାଣ ହେଉଥିବା ସୂଚନା ମିଳିଛି । 

ସୂଚନା ମୁତାବକ, କୋରାପୁଟରେ କମୁନି ଗଞ୍ଜେଇ କାରବାର । ଅଭିନବ ଉପାୟରେ କରୁଛନ୍ତି ଗଞ୍ଜେଇ ଚାଲାଣ । ଜଣେ ବିହାରୀ ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ କରୁଥିବା ନେଇ ପୂର୍ବରୁ ଖବର ପାଇଥିଲା ପୋଲିସ । ଖବର ପାଇ ରେଲୱେ ଷ୍ଟେସନ ଠାରେ ଅପେକ୍ଷା କରିଥିଲା । ଯୁବକ ଜଣକ ଆର୍ମି ଡ୍ରେସ୍ କୋଡ ପିନ୍ଧି ହାତରେ ସୁଟକେସ ଧରି ବିଶାଖାପାଟଣା ଯିବାକୁ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ମାତ୍ରେ ପୋଲିସ ତାକୁ ମାଡ଼ି ବସିଥିଲା । ଏହି ଘଟଣାରେ ଯୁବକକୁ ଗିରଫ କରି ସମସ୍ତ ଗଞ୍ଜେଇକୁ ଜବତ କରିଛି ପୋଲିସ । ଏହା ସହ ଯୁବକକୁ ଅଧିକ ପଚରାଉଚରା କରୁଛି କୋରାପୁଟ ଜିଆରପି ପୋଲିସ୍ । ତେବେ ଯୁବକ ଜଣକ ଉକ୍ତ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଆଣି ବିଶାଖାପାଟଣା ନେଉଥିବା ଜଣାପଡିଛି ।