ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ବିଧେୟକର ସମୀକ୍ଷା ଲାଗି ୩୧ ସଦସ୍ୟ ବିଶିଷ୍ଟ ଯୁଗ୍ମ ସଂସଦୀୟ ସମିତି (ଜେପିସି) ଗଠନ ହୋଇଛି । ଏହି କମିଟିରେ ଲୋକସଭାର ୨୧ ଏବଂ ରାଜ୍ୟସଭାର ୧୦ ସାଂସଦଙ୍କୁ ସାମିଲ କରାଯାଇଛି । ମଙ୍ଗଳବାର ଗୃହରେ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଅର୍ଜୁନ ରାମ ମେଘଓ୍ବାଲଙ୍କ ଦ୍ବାରା ଆଗତ ହୋଇଥିବା ବିଲ୍‌ର ସମୀକ୍ଷା ଲାଗି ଏହି କମିଟି ଗଠନ କରାଯାଇଛି । ସମ୍ବିଧାନ ସଂଶୋଧନ କରି ସମଗ୍ର ଦେଶରେ ଏକା ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରାଯିବା ଏହି ବିଲ୍‌ର ଉଦ୍ଦେଶ୍ୟ । 

ଜେପିସିର ଅଧ୍ୟକ୍ଷତା କରିବେ ବିଜେପି ସାଂସଦ ପିପି ଚୌଧୁରୀ । ଜେପିସିରେ ଓଡ଼ିଶାର ଦୁଇ ସାଂସଦ ଭର୍ତ୍ତୃହରି ମହତାବ ଓ ଡ. ସମ୍ବିତ ପାତ୍ର ରହିଛନ୍ତି । ବିଲ୍‌ ଉପରେ ସମୀକ୍ଷା କରି ଜେପିସି ରିପୋର୍ଟ ପ୍ରସ୍ତୁତ କରିବ । ବଜେଟ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ କମିଟି ନିଜର ରିପୋର୍ଟ ସଂସଦରେ ଉପସ୍ଥାପନ କରିବ । ତେବେ ଜେପିସିରେ ସାମିଲ ଲୋକସଭାର ୨୧ ସାଂସଦଙ୍କ ମଧ୍ୟରେ ବିଜେପରୁ ୧୦, କଂଗ୍ରେସ ୩ ଏବଂ ଏସପିର ଜଣେ ସାଂସଦ ଅଛନ୍ତି । ସେହିଭଳି ଟିଏମସି, ଡିଏମକେ, ଟିଡିପି, ଏନସିପି-ଶରଦ ଗୋଷ୍ଠୀ, ଶିବସେନା-ସିନ୍ଦେ ଗୋଷ୍ଠୀ, ଆରଏଲଡି ଏବଂ ଜନସେନା ପାର୍ଟିରୁ ଜଣେ ଲେଖାଏଁ ଲୋକସଭା ସାଂସଦ ଜେପିସିରେ ସାମିଲ ହୋଇଛନ୍ତି । ସେପଟେ ରାଜ୍ୟସଭାରୁ ୧୦ ଜଣ ସାଂସଦ ଯୁଗ୍ମ ସଂସଦୀୟ କମିଟିରେ ସଦସ୍ୟ ଅଛନ୍ତି । 

ଜେପିସିରେ ଥିବା ୨୧ ଲୋକସଭା ସଦସ୍ୟ

୧ – ପିପି ଚୌଧୁରୀ(ବିଜେପି)

୨ – ଡ. ସିଏମ ରମେଶ(ବିଜେପି)

୩ – ବାଂଶୁରୀ ସ୍ଵରାଜ(ବିଜେପି)

୪- ପରଷୋତ୍ତମଭାଇ ରୂପାଲା(ବିଜେପି)

୫ – ଅନୁରାଗ ସିଂ ଠାକୁର(ବିଜେପି)

୬ -  ବିଷ୍ଣୁ ଦୟାଲ ରାମ(ବିଜେପି)

୭ – ଭର୍ତ୍ତୃହରି ମହତାବ(ବିଜେପି)

୮ – ଡ. ସମ୍ବିତ ପାତ୍ର(ବିଜେପି)

୯ – ଅନିଲ ବଲୁନି(ବିଜେପି)

୧୦ – ବିଷ୍ଣୁ ଦତ୍ତ ଶର୍ମା(ବିଜେପି)

୧୧ – ପ୍ରିୟଙ୍କା ଗାନ୍ଧୀ ଭଦ୍ରା(କଂଗ୍ରେସ)

୧୨ – ମନୀଷ ତିଓ୍ଵାରୀ(କଂଗ୍ରେସ)

୧୩ – ସୁଖଦେବ ଭଗତ(କଂଗ୍ରେସ)

୧୪ – ଧର୍ମେନ୍ଦ୍ର ଯାଦବ(ସମାଜବାଦୀ ପାର୍ଟି)

୧୫ – କଲ୍ୟାଣ ବାନାର୍ଜୀ(ଟିଏମସି)

୧୬ – ଟିଏମ ସେଲଭାଗଣପତି(ଡିଏମକେ)

୧୭ – ଜିଏମ ହରିଶ ବାଲଯୋଗୀ(ଟିଡିପି)

୧୮ – ସୁପ୍ରିୟା ସୁଲେ(ଏନସିପି-ଶରଦ ଗୋଷ୍ଠୀ)

୧୯ – ଡ. ଶ୍ରୀକାନ୍ତ ଏକନାଥ ସିନ୍ଦେ(ଶିବସେନା-ସିନ୍ଦେ ଗୋଷ୍ଠୀ)

୨୦ – ଚନ୍ଦନ ଚୌହାନ(ଆରଏଲଡି)

୨୧- ବାଲାଶୋଭରୀ ବଲ୍ଲଭନେନୀ(ଜନସେନା ପାର୍ଟି)