ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଡିଜିଟାଲ୍ ଗିରଫ ନାଁରେ ୭୩.୬୨ ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ

Published By : Prameya | May 22, 2025 5:17 PM

ଭୁବନେଶ୍ବର,୨୨।୫ ଡିଜିଟାଲ୍ ଗିରଫ କରିବାକୁ ଧମକ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ୭୩.୬୨ ଲକ୍ଷ ଠକେଇ କରିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସାଇବର କ୍ରାଇମ୍ ୟୁନିଟ୍ ପଶ୍ଚିମବଙ୍ଗର ହାୱଡ଼ାରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି  ରୋହିତ କୁମାର ଜୟସୱାଲ। ଅଭିଯୁକ୍ତ ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ ସମେତ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଛି। ଏହାସହ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ  ଫ୍ରିଜ୍ କରାଯାଇଛି ।

ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ମେ ୧୫ ତାରିଖରେ ପାରାଦ୍ଵୀପ ଅଞ୍ଚଳର ଜଣେ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ରୋହିତ ନିଜକୁ  ସିବିଆଇଏବଂ ଦିଲ୍ଲୀ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ଏହାସହ ତାଙ୍କ ନାମରେ ବୁକ୍ ହୋଇଥିବା ଏକ ପାର୍ସଲକୁ ଦିଲ୍ଲୀ କଷ୍ଟମ୍ସ ବିଭାଗ ଜବତ କରିଛି  ବୋଲି ସୂଚନା ଦେଇଥିଲା। ସେହି ପାର୍ସଲରେ ,ଏଟିଏମ କାର୍ଡ, ୧୫ଟି ଭାରତୀୟ ପାସପୋର୍ଟ, ୨ଟି ଲାପଟପ୍, ୪ କିଲୋଗ୍ରାମ କପଡା ଏବଂ ଡ୍ରଗ୍ସ ରହିଛି ବୋଲି କହିଥିଲା। ଉକ୍ତ ପାର୍ସଲକୁ ନୂଆଦିଲ୍ଲୀର ଚାନ୍ଦନୀ ଚୌକରୁ ସଂଘାଇ (ଚୀନ୍) ପଠାଯିବାର ରହିଛି ବୋଲି ଭୟଭୀତ କରିଥିଲା । ଏଭଳି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଟଙ୍କା ପଠାଇବାକୁ କହିଥିଲା ନ ହେଲେ ଡିଜିଟାଲ ଗିରଫ କରାଯିବ ବୋଲି ଧମକ ଦେଇଥିଲା। ଅଭିଯୋଗକାରୀ ଜଣକ ଭୟଭୀତ ହୋଇ  ୭୩ ଲକ୍ଷ ୬୨ ହଜାର ଟଙ୍କା ଉକ୍ତ ଠକର ବିଭିନ୍ନ ଆକାଉଣ୍ଟକୁ ପଠାଇଥିଲା। କିଛିଦିନ ପରେ ଅଭିଯୋଗକାରୀ ଠକାମିର ଶିକାର ହୋଇଥିବା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ।  ଏ ନେଇ  ସାଇବର ଥାନାରେ ଅଭିଯୋଗ କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ପଶ୍ଚିମବଙ୍ଗ ହାଓ୍ବାଡାରୁ ରୋହିତ କୁମାର ଯଶଓ୍ବାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.