PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସପ୍ତାହକୁ ଗୋଟିଏ ଦିନ ଉପାସ, ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବ

ଭୁବନେଶ୍ୱର ୨୨/୦୯: ବିଶେଷକରି ମହିଳାମାନେ ମନ ଓ ଶରୀର ଉଭୟ ଦିଗରୁ ସୁସ୍ଥ ରହିବାକୁ ଏବଂ ବୟସଠାରୁ ୧୦ ବର୍ଷ ସାନ ଦେଖାଯିବାକୁ ବେଶି ପସନ୍ଦ କରିଥାନ୍ତି, ତେବେ ସପ୍ତାହକୁ ଥରେ ଉପାସ ନିଶ୍ଚୟ କରନ୍ତୁ । ଯୁବା ଓ ଗ୍ଲୋଇଙ୍ଗ୍‌ ତ୍ୱଚା ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବ ଏଥିରେ ଦ୍ୱିମତ ନାହିଁ। ବାସ୍ତବରେ ଏକ ସୁସ୍ଥ ତ୍ୱଚା ହିଁ ବେଶି ସୁନ୍ଦର ଲାଗିଥାଏ । ଏହା ସତ୍ତେ୍ୱ ବି ଆମେ ପ୍ରାୟ ସମୟରେ ନିଜକୁ ଅଣଦେଖା କରି ଦେଇଥାଉ। ବିଭିନ୍ନ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଆମ ତ୍ୱଚାର ଚମ୍‌କ ଧୀରେ ଧୀରେ କମିଚାଲେ ।

ଆମର ତ୍ୱଚା ଆମ ସ୍ୱାସ୍ଥ୍ୟର ଆଇନା । ମେଟାବଲିଜିମ୍‌ ସୁସ୍ଥ ଓ ଯୁବା ତ୍ୱଚାର ଆଧାର । ଉପବାସ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଶରୀରକୁ ସନ୍ତୁଳିତ ରଖିଥାଏ । ଏହା ଶରୀରରେ ମେଟାବଲିଜିମ୍‌ ସ୍ତର ବଢାଇବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ କରେ । ଏଥିସହିତ ଆଣ୍ଟିଅକ୍ସିଡାଣ୍ଟ ସ୍ତର ବଢିବା ଦ୍ୱାରା ତ୍ୱଚା ସୁସ୍ଥ ରହି ବୟସ ବଢିବାକୁ ଦିଏନା । ଉପବାସ ପରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ବୟସକୁ ବାନ୍ଧି ରଖିବା ସହଜ । ଆୟୁର୍ବେଦରେ ବିଭିନ୍ନ ପ୍ରକାରର ଉପବାସ ବିଷୟରେ କୁହାଯାଇଛି । ଉପବାସ ହେଉଛି ନିଜକୁ ଶୁଦ୍ଧ କରିବାର ଶ୍ରେଷ୍ଠ ବିକଳ୍ପ । ଏହାଦ୍ୱାରା ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ଲାଭ ମିଳିଥାଏ

ଉପବାସ କେତେ ପ୍ରକାର

ଠ ସମ୍ପୂର୍ଣ୍ଣ ଉପବାସ ଆଦୌ ଭୋଜନ ଓ ପାଣି ଗ୍ରହଣ ନ କରିବା ।

ଠ ସ୍କିପ୍‌ ଉପବାସ ଦିନକୁ ଥରେ ବା ଦୁଇଥର ଖାଇବା । କୌଣସି ଗୋଟିଏ ବା ଦୁଇ ଥରର ଭୋଜନକୁ ଛାଡି ଦେବା ବା ସ୍କିପ୍‌ କରିବା ।

ଠ ପାଣି ଉପବାସ ସାରା ଦିନ କେବଳ ପାଣି ପିଇବା

ଠ ଜୁସ ବା ଫଳ ଉପବାସ ସାରା ଦିନ କେବଳ ଜୁସ୍‌ ବା ଫଳ ଖାଇପାରିବେ । ଆଉ କିଛି ଖାଇବେ ନାହିଁ ।

ଠ ପରିବାପତ୍ର ସହ ଉପବାସ ଯେଉଁମାନେ କିଛି ନ ଖାଇ ରହିପାରିବେ ନାହିଁ । ଖାସ୍‌ ସେମାନେ ବିଭିନ୍ନ ତରକାରୀ ଖାଇବା ସହ ଉପବାସ କରିପାରିବେ । ଅନ୍ୟ କିଛି ଜିନିଷ ଖାଇବେ ନାହିଁ ।

ଠ ଚକୋଲେଟ୍‌ ଉପବାସ ଚକୋଲେଟ୍‌ ଆଣ୍ଟି-ଅକ୍ସିଡାଣ୍ଟର ମୁଖ୍ୟ ସ୍ରୋତ । ଏଥିରେ ଆଇରନ୍‌ ଓ କୋକୋ ଭରପୂର, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ।

ମିଳିଥିବା ତଥ୍ୟ ଅନୁସାରେ ଉପବାସ ରଖିବା କର୍କଟ ରୋଗୀଙ୍କ ପାଇଁ ଖୁବ୍‌ ଲାଭଦାୟକ । ସେହିପରି ମୋଟାପଣ ଓ ହର୍‌ମୋନାଲ୍‌ ଅସନ୍ତୁଳନ ଥିବା ଲୋକଙ୍କ ପାଇଁ ମଧ୍ୟ ବେଶ୍‌ ଉପକାରୀ

ସାବଧାନ : ଉପବାସ ଶରୀରରୁ ମାନସିକ ଓ ଶାରିରୀକ ବିଷ ହରଣ କରିଥାଏ । କିନ୍ତୁ ଏହାକୁ ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।