ଫିରିଙ୍ଗିଆ,୨୧।୩ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ଥିବା ତଳ ଶ୍ରୀଗୁଣୀ ଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା। ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି I ମୃତ ବାଇକ ଆରୋହୀ ଜଣକ ଫୁଲବାଣୀ ସଦର ଥାନା ଅଧୀନରେ ଥିବା ଦଡ଼କି ପଞ୍ଚାୟତ ରାମାଡି ଗାଁ ର ବିନୋଦ ବିନ୍ଧାଣି ।

ବିନୋଦ ଆଜି ସକାଳେ କୌଣସି କାମରେ ଶ୍ରୀଗୁଣୀ ଗାଁରେ ଥିବା ତାଙ୍କ ସଢୁ ଘରକୁ ଯାଇଥିଲେ। ସଂଧ୍ୟା ସମୟରେ ନିଜ ଗାଁ କୁ ଫେରୁଥିବା ସମୟରେ ସେହି ତଳ ଶ୍ରୀଗୁଣୀ ଗାଁ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ବାଇକର ଦୁଇଜଣ ଓ ବିନୋଦ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୁଲିସ ପହଞ୍ଚି ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସାପାଇଁ ପଠେଇଥିଲା। ମୃତଦେହ ଜବତର ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟକୁ ବ୍ୟବଛେଦ ପାଇଁ ପଠାଇଛି। ଆହତ ବ୍ୟକ୍ତି ମାନେ ହେଲେ ଗୋଛାପଡା ଥାନା ବନ୍ଧୁଲି ଗାଁ ର ଲିଣ୍ଟୁ କୁଦେଇ ଓ ଅନନ୍ତ କୁଦେଇ । ସେମାନେ ସମ୍ପର୍କ ରେ ଦୁଇ ଭାଇ ବୋଲି ଜଣାପଡିଛି I