ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୃଥକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର : ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

ଖଜୁରୀପଡ଼ା ୧୯/୦୩ : ଖଜୁରୀପଡ଼ା ଥାନା ଅନ୍ତର୍ଗତ ପିଣ୍ଡାବାଡ଼ି ଠାରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଟି ପୃଥକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ପିରିକୁଡିର କେଶବ ସାହାଣୀ ।

 ଖଜୁରୀପଡ଼ା ଥାନା ଅନ୍ତର୍ଗତ ପିଣ୍ଡାବାଡ଼ି ଠାରେ ୫୭ ନଂ ଜାତୀୟ ରାଜପଥ ପ୍ରଶସ୍ତୀ କରଣ କାର୍ଯ୍ୟ ଚାଲୁ ରହିଛି । ବାଲି,ଗୋଡ଼ି ଭଳି ସାମଗ୍ରୀ ରାସ୍ତା ଉପରେ ଥିବା ଯୋଗୁଁ ରାସ୍ତାରେ ଯାତାୟାତ କରିବାରେ ସମସ୍ୟା ହେଉଛି। ଆଜି ସନ୍ଧ୍ୟା ବେଳେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବାରୁ ଆହତଙ୍କୁ ଫୁଲବାଣୀ ମେଡିକାଲ ପଠା ଯାଇଥିଲା । ଏହାର କିଛି ସମୟ ପରେ ଅନ୍ୟ ଏକ ବାଇକ( ନଂ ଓଆର୍ ୧୨-୯୫୯୬) ଠିକ ସେହି ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ରାସ୍ତାରେ ପଡିଥିବା ଗୋଡି ପଥରରେ ତାଙ୍କ ମୁଣ୍ଡ ମାଡ ହେବା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକ ଖଜୁରୀପଡ଼ା ମେଡିକାଲ ପଠାଇ ଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ପିରିକୁଡିର କେଶବ ସାହାଣୀ ଏବଂ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବୋଲି ଜଣାପଡିଛି।  

ଅନ୍ୟପଟେ ଏହାର ପ୍ରତିବାଦରେ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ରୋକୋ କରିଛନ୍ତି । ରାସ୍ତା କାମ କରୁଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଲୋକେ। ଖବର ପାଇ ଘଟଣା ସ୍ଥଳରେ ଖଜୁରୀପଡ଼ା ଥାନା ପୁଲିସ ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅମିତ ଟୁଡୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.