ରାୟଗଡା, ୨୮।୮ ମେଟାଲ୍ ବୋଝେଇ ହାଇୱ। ସହ ଏକ ବୁଲେଟ୍ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ମୃତ ବାଇକ୍ ଆରୋହୀ ଜଣକ ହେଲେ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ବିଶ୍ବାଳ ତାଣ୍ଡି। ଏଭଲି ଦୁର୍ଘଟଣା ରାୟଗଡା ଥାନା ଅନ୍ତର୍ଗତ ଜପାଖାଲ ନିକଟରେ ଘଟିଛି।
ବିଶ୍ବାଳ ତାଣ୍ଡି ଓ ତାଙ୍କ ସଂପର୍କିୟ ଅକ୍ଷୟ ତାଣ୍ଡି ରାୟଗଡା ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ହାଇୱ। ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବିଶ୍ବାଳ ମୃତ୍ୟୁ ଘଟିଥିଲା। ପରେ ସ୍ଥାନୀୟ ଲୋକେ ଗୁରୁତର ଅକ୍ଷୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ରାୟଗଡା ଟାଉନ୍ ଥାନା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।