ନୀଳଗିରି,୧୩/୧୨(ଆ.ପ୍ର) : ନୀଳଗିରି କୁଳଡିହା ଅଭୟାରଣ୍ୟ ନିକଟରେ ଗୟଳ ଆକ୍ରମଣରେ ଜଣଙ୍କର ମୃତ୍ୟୁ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କଇମହୁଡ଼ି ଗାଁ ମକରା ସୋରେନ।
ନୀଳଗିରି ବ୍ଲକ ବରହମପୂର ଥାନା ଅଧିନ କେସିପୁର ପଞ୍ଚାୟତ କଇମହୁଡ଼ି ଗାଁ କୁଳଡିହା ଅଭୟାରଣ୍ୟ ପାଦ ଦେଶରେ ଅବସ୍ଥିତ। ଏହି ଗାଁର ମକରା ସୋରେନ ଓ ଦୁର୍ଗା କାର୍ଜୀ ଅଭୟାରଣ୍ୟ ଭିତରେ କାଶିଆଡାହିକୁ ଗୋରୁ ଖୋଜିବାକୁ ଯାଇଥିଲେ।ଗୋଟିଏ ଗୟଳ ଆସି ମକରାକୁ ଅତର୍କିତ ଆକ୍ରମଣ କରିଥିଲା।ଦୁର୍ଗା ଭୟରେ ଆହତ ହୋଇ ଦୌଡ଼ି ଗ୍ରାମରେ ସମସ୍ତ କଥା କହିଥିଲା। ପରେ ଗ୍ରାମବାସୀ ମକରାକୁ ଗୁରୁତର ଭାବେ ମୟୁରଭଞ୍ଜ ଜିଲ୍ଲା ଉଦଳା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ପୋଷ୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ମୃତକ ପରିବାରଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ଦେବାକୁ ସେହି ଅଞ୍ଚଳର ଆଦିବାସୀ ନେତା ସୁନାରାମ ସରେନ, ସୁରେଶ ନାୟକ, ରବୀନ୍ଦ୍ର ଟୁଡୁ, ଝୁନାରାମ ମାରାଣ୍ଡି ଦାବି କରିଛନ୍ତି।