ନୂଆଦିଲ୍ଲୀ: ଗୋଟିଏ ଝିଅ ପାଇଁ ଦୁଇ ଯୁବକଙ୍କ ମଧ୍ୟରେ ଝଗଡ଼ା । ସମାଧାନ ବଦଳରେ ଉଗ୍ରରୂପ ନେଲା ବିବାଦ । ଶେଷରେ ହେଲା ଛୁରାମାଡ଼ । ତ୍ରିକୋଣୀୟ ପ୍ରେମରୁ ଘଟିଛି ଏଭଳି ଅଭାବନୀୟ ଘଟଣା । ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳ ଜ୍ୟୋତିନଗର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଖବର । ପୁଲିସ ଏହି ଘଟଣାରେ ଦୁଇ ଯୁବକଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ବାକି ସନ୍ଦିଗ୍ଧଙ୍କୁ ଖୋଜୁଛି ପୁଲିସ । ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

 

ମିଳିଥିବା ଖବର ଅନୁସାରେ ୧୮ ବର୍ଷୀୟ ହୁସେନ ଏବଂ ୧୯ ବର୍ଷୀୟ ରେହମାନ ଛୁରାମାଡ଼ରେ ଆହତ ହୋଇଛନ୍ତି । ଉଭୟ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ପୁଲିସ ପଚରାଉଚରା କରୁଛି । କୁହାଯାଉଛି କି, ରେହମାନର ସାଜିଦ ନାମକ ଜଣେ ଯୁବକଙ୍କ ଝଗଡ଼ା ଥିଲା । ଯାହାକି ଜଣେ ଯୁବତୀଙ୍କୁ ନେଇ । ଉଭୟ ଜଣେ ଯୁବତୀଙ୍କୁ ଭଲ ପାଉଥିବାବେଳେ ଦେଖା କରିବାକୁ ନେଇ ଝଗଡ଼ା ହୋଇଥିଲା । ତେବେ ଏହି ମାମଲର ସମାଧାନ ପାଇଁ ଉଭୟଙ୍କ ସାଙ୍ଗ ସହ କଥା ହେଉଥିଲା । ଏହି ସମୟରେ ଯୁକ୍ତିରୁ ଝଗଡ଼ା ଏବଂ ପରେ ଛୁରାମାଡ଼ ହୋଇଥିଲା । ଆଉ ଏହି ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବାବେଳେ ବାକି ସମସ୍ତେ ଫେରାର ହୋଇଯାଇଛନ୍ତି ।

 

ପୁଲସ ସୂତ୍ରରୁ ଜଣାପଡ଼ିଛି କି, ବନ୍ଧୁ ଆମୀର ସହ ସମାଧାନ ପାଇଁ ରେହମାନ ଏବଂ ହୁସେନ ଯାଇଥିଲେ । ମାତ୍ର ଘଟଣାର ସମାଧାନ ଚାଲିଥିବାବେଳେ ସାଜିଦ ଏବଂ ତାର ସହଯୋଗୀମାନେ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକେ ପ୍ରଥମେ ପୁଲିସକୁ ଖବର ଦେଇଥିବାବେଳେ ସେମାନଙ୍କ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ଏହି ଘଟଣାରେ ସମ୍ପୃକ୍ତ ବାକି ସନ୍ଦିଗ୍ଧଙ୍କୁ ଖୁବଶୀଘ୍ର ସିସିଟିଭି ଆଧାରରେ ଗିରଫ କରାଯିବ ବୋଲି କୁହାଯାଇଛି ।

 

ଏହାସହ ପଢ଼ନ୍ତୁ : Bata ₹6 Carry Bag Case: ୬ ଟଙ୍କାର ବ୍ୟାଗ୍ ପାଇଁ ବାଟା ଗଣିବ ୧୦ ହଜାର ଟଙ୍କା ଫାଇନ୍