ବୈପାରୀଗୁଡା, ୨୪।୪ :  ଧସିଲା ମାଟି ଅତଡ଼ା।  ମାଟି ତଳେ ଚାପି ହୋଇ ଚାଲିଗଲା  ଜଣକ ଜୀବନ। ମାଛ ଧରିବା ପାଇଁ  ନାଳ କାଟି ପୋଖରୀ ପାଣି ନିଷ୍କାସନ କରୁଥିବା ବେଳେ ଘଟିଛି ଅଘଟଣ l କୋରାପୁଟ ବୈପାରୀଗୁଡାର ଯୋଡିଧାରାର ଘଟିଛି ଅଭାବନୀୟ ଘଟଣା l ମୃତକ  ଯୋଡିଧାରା ଗାଁ ର ୨୦ ବର୍ଷୀୟ ଡମ୍ବୁରୁ ବଡ଼ ନାୟକ l   

ଗାଁ ପୋଖରୀରୁ ମାଛ ଧରିବେ। ଏଥିପାଇଁ ପୋଖରୀରୁ ପାଣି ନିଷ୍କାସନ ପାଇଁ  ଡମ୍ବୁରୁ  ଏବଂ ତାଙ୍କ ସହଯୋଗୀ ନାଳ କାଟୁଥିଲେ  l ହେଲେ ହଠାତ ଧସିଲା ମାଟି ଅତଡ଼ା। ପନ୍ଦର ଫୁଟ ତଳେ ଚାପି ହୋଇଗଲେ ଡମ୍ବୁରୁ l ଚାଲିଗଲା ତାଙ୍କର ଡମ୍ବୁରୁଙ୍କ ଜୀବନ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବୈପାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l