ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଧସିଲା ମାଟି ଅତଡ଼ା, ଚାପି ହୋଇ ଚାଲିଗଲା ଜଣକ ଜୀବନ

Published By : Suraj Kumar | April 24, 2025 6:26 PM

ବୈପାରୀଗୁଡା, ୨୪।୪ :  ଧସିଲା ମାଟି ଅତଡ଼ା।  ମାଟି ତଳେ ଚାପି ହୋଇ ଚାଲିଗଲା  ଜଣକ ଜୀବନ। ମାଛ ଧରିବା ପାଇଁ  ନାଳ କାଟି ପୋଖରୀ ପାଣି ନିଷ୍କାସନ କରୁଥିବା ବେଳେ ଘଟିଛି ଅଘଟଣ l କୋରାପୁଟ ବୈପାରୀଗୁଡାର ଯୋଡିଧାରାର ଘଟିଛି ଅଭାବନୀୟ ଘଟଣା l ମୃତକ  ଯୋଡିଧାରା ଗାଁ ର ୨୦ ବର୍ଷୀୟ ଡମ୍ବୁରୁ ବଡ଼ ନାୟକ l   

ଗାଁ ପୋଖରୀରୁ ମାଛ ଧରିବେ। ଏଥିପାଇଁ ପୋଖରୀରୁ ପାଣି ନିଷ୍କାସନ ପାଇଁ  ଡମ୍ବୁରୁ  ଏବଂ ତାଙ୍କ ସହଯୋଗୀ ନାଳ କାଟୁଥିଲେ  l ହେଲେ ହଠାତ ଧସିଲା ମାଟି ଅତଡ଼ା। ପନ୍ଦର ଫୁଟ ତଳେ ଚାପି ହୋଇଗଲେ ଡମ୍ବୁରୁ l ଚାଲିଗଲା ତାଙ୍କର ଡମ୍ବୁରୁଙ୍କ ଜୀବନ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବୈପାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.