PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

କାନପୁର ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ଇଞ୍ଜିନିୟର ମୃତ, ୮ ଆହତ

କାନପୁର,୯।୪: କାନପୁରରେ ଥିବା ଗୋଳାବାରୁଦ କାରଖାନା (ଓଏଫ୍‌ସି)ରେ ଆଜି ମଧ୍ୟାହ୍ନରେ ବିସ୍ଫୋରଣ ଘଟିଛି। ଯାହାଫଳରେ ଜଣେ ଇଞ୍ଜିନିୟରଙ୍କ ସହିତ ୮ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।   କାନପୁରର ଅର୍ମାପୁରରେ ଥିବା ଏହି  ଗୋଳାବାରୁଦ କାରଖାନାରେ ଆହତ ହୋଇଥିବା କର୍ମଚାରୀମାନଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଭଳି ଏହି ବିସ୍ଫୋରଣ ଘଟିଲା ତାହା ଜାଣିବାକୁ ଗୋଳାବାରୁଦ କାରଖାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ଉଲ୍ଲେଖନୀୟ ଯେ କାନପୁରରେ ଥିବା ଏହି ଗୋଳାବାରୁଦ କାରଖାନା (ଓଏଫ୍‌ସି)ରେ ସେନା ପାଇଁ ଗୋଳାବାରୁଦ ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇଥାଏ। ଏହି ଠାରେ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ମଧ୍ୟ ହୋଇଥାଏ । ମଙ୍ଗଳବାର ଅପରାହ୍ଣରେ ପରୀକ୍ଷଣ ରେଞ୍ଜରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଚାରିଆଡେ ଧାଁଦଉଡ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସିନିୟର ଜିଏମ୍ ଓଏଫସି ଏକେ ଗର୍ଗଙ୍କ କହିବା ଅନୁସାରେ ବିସ୍ଫୋରଣରେ ଜବଲପୁରର ଆସିଷ୍ଟାଣ୍ଟ ଇଞ୍ଜିନିୟର ଏମଏସ୍ ରାଜପୁତଙ୍କ ମୃତ୍ୟୁ ହୋଇଛି।  ଏକ ଏଲ୍‌ଏଫ୍‌ଜି ବନ୍ଧୁକର ପରୀକ୍ଷଣ  ଚାଲିଥିଲା। ଏହି ସମୟରେ ସମୟରେ ବନ୍ଧୁକରେ କୁଲ ବ୍ୟାଗ୍ ଲୋଡ କରାଯାଉଥିଲା। ଏହି କୁଲ୍ ବ୍ୟାଗରେ ଅୟଲ ଓ ନାଇଟ୍ରୋଜେନ୍ ସିଲିଣ୍ଡର ରହିଥାଏ। ଟେଷ୍ଟିଙ୍ଗ ସମୟରେ ଏହି ଦୁଇ ସିଲିଣ୍ଡର ଫାଟି ଯାଇଥିଲା।  

ସମ୍ବନ୍ଧିତ ଖବର