ଓଡ଼ାପଡ଼ା,୬/୯: ଶୌଚ ହେବାକୁ ଯାଇଥିବା ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବେଡାପଡା ଗ୍ରାମର ଚରଣ ନାଏକ (୪୫) ।
ଚରଣ ଶନିବାର ସଂଧ୍ୟାରେ ନିକଟସ୍ଥ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। ଏକ ଦନ୍ତାହାତୀ ଚରଣଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଘଟଣାସ୍ଥଳରେ ଚରଣ ନାଏକଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଚରଣ ଶବକୁ ବ୍ୟବଚ୍ଛେଦ ନିମନ୍ତେ ହିନ୍ଦୋଳ ଡାକ୍ତରଖାନାକୁ ପଠାଇଛି।