ପୁରୀ, ୮।୯ : ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପୁରୀ ସଦର ଥାନା ଅନ୍ତର୍ଗତ ଉତ୍ତର କଣା ଗ୍ରାମର ଜୟଶନ ପ୍ରଧାନ। ସମଙ୍ଗ ନିକଟ ବିଲରେ କାମ କରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ଜୟଶନ । ଏଥିରେ ସେ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପରିବାର ଲୋକ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।