କୋଣାର୍କ,୧୯।୧୦(ଆପ୍ର) : ଶୋରଭା ପଞ୍ଚାୟତ ତିରୁନା ଗ୍ରାମ ନିକଟରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୋଣାର୍କ ଥାନା ଅନ୍ତର୍ଗତ ଜଗନ୍ନାଥପଡା ଗ୍ରାମର ଲକ୍ଷ୍ମିଧର ପ୍ରଧାନଙ୍କ(୫୧) ।
ଲକ୍ଷ୍ମୀଧର କାମରେ ନୂଆହାଟ ଥାନା ଜହ୍ନିବାଲିଆ ନିକଟକୁ ଯାଇଥିଲେ। କାମ ସାରି ଘରକୁ ଫେରୁଥିବାବେଳେ ଅଚାନକ ଘଡଘଡି ସହ ବର୍ଷା ଆରମ୍ଭ ହେବାରୁ ଶୋରଭା ପଞ୍ଚାୟତ ତିରୁନା ଗ୍ରାମ ନିକଟରେ ଅପେକ୍ଷା କରିଥିଲେ। ବଜ୍ରପାତ ହେବାରୁ ଟଳି ପଡ଼ିଥିଲେ ଲକ୍ଷ୍ମୀଧର। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।