ତିଲେଶ୍ୱର,୧୫।୯(ଆପ୍ର) ; ହରଭଙ୍ଗା ଥାନା ଧଳପୁର ପାୟତ ଧଳପୁର ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ମୃତକ ଜଣକ ହେଲେ ଗୋବିନ୍ଦ ମହାକୁଡ (୪୭) । ଗୁରୁତର ଜଣକ ହେଲେ ଟୁକୁନା ଦେହୁରି (୩୬) । ତାଙ୍କୁ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଗୋବିନ୍ଦ ଏବଂ ଟୁକୁନା ନିଜ ଗାଇଗୋରୁଙ୍କୁ ନେଇ ନିକଟସ୍ଥ ଟିକିରାସାହି ପଡିଆକୁ ଚରାଇବାକୁ ଯାଇଥିଲେ । ସନ୍ଧ୍ୟାରେ ଘଡଘଡି ବିଜୁଳି ଆରମ୍ଭ ହୋଇଥିଲା । ଏହି ସମୟରେ ହଠାତ ବଜ୍ରପାତ ହେବାରୁ ଦୁଇଜଣଙ୍କୁ ଆଘାତ ଲାଗିଥିଲା । ଉଭୟେ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆଠମଲ୍ଲିକ ମେଡିକାଲକୁ ନେଇଥିଲେ । ସେଠାରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଟୁକୁନାଙ୍କ ଅବସ୍ଥା ସଂଙ୍କଟାପନ୍ନ ରହି