PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବାଘ ଛାଲ, କୁଟୁରା ଓ ହରିଣ ଛାଲ ଜବତ: ଶିକାରୀ ଗିରଫ

ହରଭଙ୍ଗା ୧୯/୩: ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ ସହ ଶିକାରୀକୁ ଗିରଫ କଲା ଏସଟିଫ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା ପକାଇ ରହିଥିଲା । ପରେ ହରଭଙ୍ଗା ଅଞ୍ଚଳରେ ବାଘ ଛାଲ ଡିଲ ନେଇ ସୂଚନା ପାଇଥିଲା ଏସଟିଫ । ପରେ ଏହାକୁ ବ୍ରେକ କରିବା ପାଇଁ ଏସଟିଏଫ ଓ ବନବିଭାଗ ମିଳିତ ଭାବେ ଏକ ଅପରେସନ କରାଯାଇଥିଲା l ବିଳମ୍ବିତ ରାତ୍ରିରେ ହରଭଙ୍ଗା ଅଞ୍ଚଳରୁ ଶିକାରି ଓ ୩ଟି ଜନ୍ତୁ ଛାଲ ଜବତ କରିଛି STF । ଜନ୍ତୁ ଗୁଡିକୁ ସାତକୋଶିଆ WILD LIFE ଅଞ୍ଚଳରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଏବେ ଶିକାରୀ ନେଇ ତଦନ୍ତ ଜାରି ରଖିଛନ୍ତି ଏସଟିଏଫ । ଖୋଦ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ବୌଦ୍ଧ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିଲେ ହେଁ ଜିଲ୍ଲାରେ ବନ୍ୟ ଜନ୍ତୁ ବର୍ତ୍ତମାନ ସୁରକ୍ଷିତ ନୁହନ୍ତି l ଫଳରେ ବନ୍ୟ ଜନ୍ତୁ ଓ ପରିବେଶବିତଙ୍କ ମଧରେ ଅସନ୍ତୋଷ ଦେଖାଦେଇଛି l ହରଭଙ୍ଗାର ଗିରିଜା ସାହୁଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିବା ସୂଚନା ମିଳିଛି l ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ନ ଥିବାରୁ ବିଭିନ୍ନ ସମୟରେ ଅନେକ ବନ୍ୟ ଜନ୍ତୁ ଶିକାରୀଙ୍କ ହାତରେ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି l