କେନ୍ଦୁଝର ସଦର,୨୯।୧ :  କେନ୍ଦୁଝର ତୋରଣପଖରି ପଂଚାୟତର ଆମ୍ବୁଆପଡ଼ା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଅଫିସର ନାୟକ । ଗୁରୁତର ଅବସ୍ଥାରେ   ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ  ଭର୍ତ୍ତି କରାଯାଇଛି। 

ବୁଧବାର ସକାଳୁ  ରାସ୍ତାରେ ଘନ କୁହୁଡି ହୋଇଥିଲା। ଅଭି ସକାଳୁବାହାରକୁ ଯିବା ସମୟରେ ଘର ନିକଟରୁ ମାତ୍ର କିଛି ଦୂରରେ ଭାଲୁ ଥିଲେ ମଧ୍ୟ କୁହୁଡି ଯୋଗୁ ଦେଖି ପାରି ନ ଥିଲା।  ହଠାତ ଭାଲୁଟି ଅଭିକୁ ଆକ୍ରମଣ କରିଥିଲା । ଏହି ସମୟରେ ତିନୋଟି କୁକୁର ଭାଲୁକୁ ଆକ୍ରମଣ କରିବାରୁ ଭାଲୁ ଅଭିକୁ ଛାଡ଼ି ଚାଲିଯାଇଥିଲା।