ନୂଆଦିଲ୍ଲୀ,୦୧/୧୦: ଏକ ଦେଶ-ଏକ ନିର୍ବାଚନକୁ ବାସ୍ତବ ରୂପ ଦେବା ସକାଶେ କେନ୍ଦ୍ର ସରକାର ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ ୩ଟି ବିଲ୍‌ ଆଣିବା  ସମ୍ଭାବନା ରହିଛି । ଏଥିରେ ଦୁଇଟି ସମ୍ବିଧାନ ସଂଶୋଧନ ବିଧେୟକ ଅନ୍ତର୍ଭୁକ୍ତ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନ ବିଧେୟକ ମଧ୍ୟରୁ ଗୋଟିଏ ପୌରପାଳିକା ଓ  ପଞ୍ଚାୟତ ନିର୍ବାଚନକୁ ଲୋକସଭା ଓ ବିଧାନସଭା ନିର୍ବାଚନ ସହ ଏକାଠି କରାଇବା  ସଂକ୍ରାନ୍ତ ବିଲ୍‌ ରହିଛି। ଏଥିଲାଗି ଅତିକମ୍‌ରେ ୫୦% ରାଜ୍ୟର ସମର୍ଥନ ଆବଶ୍ୟକ  ପଡ଼ିପାରେ । 

ଉଲ୍ଲେଖଯୋଗ୍ୟ, ଦେଶରେ ଏକସଙ୍ଗେ ଲୋକସଭା ଓ ବିଧାନସଭା  ନିର୍ବାଚନ କରାଇବା ପ୍ରସ୍ତାବକୁ ସେପ୍ଟେମ୍ବର ୧୮ରେ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି  ଦେଇଥିଲା । ଆସନ୍ତା ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ସଂସଦର ଶୀତ  ଅଧିବେଶନରେ ଏ ନେଇ ବିଲ୍‌ ଆଗତ କରାଯିବା ସମ୍ଭାବନା ରହିଛି ।