ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ ଦେଶକୁ ନୂଆ ଦିଶା ଦେଖାଇବ : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | April 23, 2025 9:24 PM

ଭୁବନେଶ୍ବର,୨୪।୪ : ଗୋଟିଏ ରାଷ୍ଟ-ଗୋଟିଏ ନିର୍ବାଚନ କେବଳ ନିର୍ବାଚନ ଖର୍ଚ୍ଚ ଏବଂ ଆଚାର ସଂହିତା ବିଷୟରେ ସୀମିତ ହୋଇ ରହି ନାହିଁ। ବରଂ ଏହା  ଦେଶର ରାଜନୈତିକ ସ୍ଥିରତା, ସୁଶାସନ ଏବଂ ବିକାଶର ନୂଆ ଦିଶା ଦେଖାଇବାର ମାଧ୍ୟମ ଅଟେ।   ନୂଆଦିଲ୍ଲୀସ୍ଥିତ ଡା.ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଓ୍ବାନ ନେସନ-ଓ୍ବାନ୍ ଇଲେକ୍ସନ ବିଷୟ ଉପରେ  ଆୟୋଜିତ କର୍ମଶାଳାରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ,କିଛି ବି ବଡ ରାଜନୈତିକ ନିଷ୍ପତ୍ତିକୁ ନିର୍ଣ୍ଣାୟକ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନୀତି, ଯୋଜନା, ରାଜନୀତି ଏବଂ ସବୁଠୁ ମହତ୍ବପୂର୍ଣ୍ଣ-ଜନଭାଗିଦାରୀ ଆବଶ୍ୟକ। ଏହି ଭାବନା ସହ ଆଜି ଆମେ ଏହି କର୍ମଶାଳାରେ ଏକାଠି ହୋଇଛୁ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଏହି ସମୟ ହିଁ ଭାରତର ସମୟ। ସେହି ବିଷୟକୁ ନେଇ ବିରୋଧୀଙ୍କ ନକରାତ୍ମକ ଟିପ୍ପଣୀ ଦୁର୍ଭାଗ୍ୟପୂର୍ଣ୍ଣ। ସେମାନଙ୍କ ଏହି ମନ୍ତବ୍ୟ କେବଳ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ ବରଂ ଜନାଦେଶକୁ ମଧ୍ୟ ହତାଦର କରୁଛି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଆଜିର ସମୟ ହୋଇଛି, ଗଣତନ୍ତ୍ର ବ୍ୟବସ୍ଥାକୁ ସଶକ୍ତ କରିବା ଏବଂ ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନକୁ ଜନ ଅଭିଯାନ, ଜନସମ୍ବାଦ ଏବଂ ଜନ ଆନ୍ଦୋଳନରେ ପରିଣତ କରିବା। ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିକଶିତ ଭାରତ କଳ୍ପନାର ଆଧାରଶୀଳା, ଯାହା ସଶକ୍ତ ଏବଂ ସ୍ଥିର ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.