ପୁରୀ,୧୧/୦୯ : ପରିବା ବ୍ୟବସାୟୀଙ୍କୁ ୩ ଜଣ ଦୁର୍ବୃତ୍ତଙ୍କ ଛୁରାମାଡ। ମାର୍କେଟ୍‌ ଛକ ନିକଟ ଜଗନ୍ନାଥ ବଲ୍ଲଭ ଠାରେ ଛୁରାମାଡ଼ ହୋଇଛି। ଦୋକାନ ତାଡ଼ିବାକୁ ବାରଣ କରିବାରୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।  ଆକ୍ରମଣର ଶିକାର ହୋଇ ପରିବା ବ୍ୟବସାୟୀ ଜଣକ ଚୁଡଙ୍ଗ ସାହି ମଧୁବନ ଅଞ୍ଚଳର ସୁକାନ୍ତ କୁମାର ଦାସ ବୋଲି ଜଣାପଡ଼ିଛି । ଗୁରୁତର ବ୍ୟବସାୟୀଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ମାର୍କେଟ ଛକ ନିକଟ ଜଗନ୍ନାଥ ବଲ୍ଲଭ ଠାରେ ଏଭଳି ଘଟଣା ଘଟିଛି । ତିନିଜଣ ଦୁର୍ବୁତ୍ତ ଦୋକାନ ତାଡୁ ଥିବା ବେଳେ ବାରଣ କରିବାରୁ ଦୁର୍ବୁତ୍ତ ମାନେ ଆକ୍ରମଣ କରିଛନ୍ତି । ଏଥିରେ ପରିବା ବେପାରୀ ସୁକାନ୍ତ କୁମାର ଦାସ ଗୁରୁତର ହୋଇଛନ୍ତି । ତାଙ୍କ ବାମ ହାତରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

​​​​​​​