ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇବା ଆରମ୍ଭ କରି ଦେଇଛି। ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ ହେବା ଦ୍ୱାରା ଭାରତ ସମେତ ବିଶ୍ୱର ଅନେକ ଦେଶକୁ ନିଜର ଶକ୍ତି ସପ୍ଲାଇର ଚିନ୍ତା ଘାରିବାରେ ଲାଗିଛି। ଅନ୍ୟପଟେ କ୍ଷେତ୍ରରେ ଥିବା ଦେଶ ମଧ୍ୟ ଲଗାତାର ଅସୁରକ୍ଷାର ସ୍ଥିତିର ସମ୍ମୁଖୀନ କରୁଛନ୍ତି। ଏହି ସ୍ଥିତିରେ ଭାରତରେ ୟୁଏଇର ପୂର୍ବତନ ରାଷ୍ଟ୍ରଦୂତ ହୁସୈନ ହସନ ମିର୍ଜା କହିଛନ୍ତି ଯେ, ପିଏମ୍ ମୋଦି ଯଦି ଇରାନ ଓ ଇସ୍ରାଏଲରେ ବସି ଥିବା ନିଜର ପ୍ରତିପକ୍ଷଙ୍କ ସହ କଥା ହୁଅନ୍ତି , ତ ତାଙ୍କର ଗୋଟିଏ ଫୋନ୍ କଲ୍ ଏହି ପ୍ରସଙ୍ଗକୁ ସମାଧାନ କରାଇ ପାରେ।

ଏନଡିଟିଭି ସହ କଥାବାର୍ତ୍ତାରେ ମିର୍ଜା ଏହି ଯୁଦ୍ଧ କାରଣରୁ ୟୁଏଇର ସମସ୍ୟା କଥା ମଧ୍ୟ ଉଲ୍ଲେଖ କରିଥିଲେ। ସେ କହି ଥିଲେ ଯେ, ସଂଯୁକ୍ତ ଆରବ ଏମିରେଟ୍ ଚାହେଁ ନାହିଁ ଯେ, ଏହି ଯୁଦ୍ଧ ଅଧିକ ଦିନ ଜାରି ରହୁ ଏବଂ କୌଣସି ପ୍ରକାରର ଆକ୍ରମଣରେ ନିଜ କ୍ଷେତ୍ରକୁ ବ୍ୟବହାର ହେଉ। ମିର୍ଜା କହିଛନ୍ତି , ସତ କହିବାକୁ ଗଲେ ମୁଁ ବୁଝି ପାରୁ ନାହିଁ କାହିଁକି ଆମେ ଏଥିରେ ସାମିଲ ହେବୁ। ୟୁଏଇର ଏଥିରେ ସାମିଲ ହେବାର କୌଣସି କାରଣ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ' ଆମକୁ ନଜଣାଇ ଇରାନ ବାହାରକୁ ଯିବାକୁ ଚେଷ୍ଟା କରନାହିଁ …' , ନାଗରିକଙ୍କୁ ଭାରତୀୟ ଦୂତାବାସର ନିର୍ଦ୍ଦେଶ

ଉଲ୍ଲେଖନୀୟ ଯେ, ପଶ୍ଚିମ ଏସିଆର ଯୁଦ୍ଧକୁ ନେଇ ଅନେକ ବୟାନବାଜି ମଧ୍ୟରେ ମଧ୍ୟ ଶାନ୍ତିର ସଙ୍କେତ ସାମ୍ନାକୁ ଆସୁ ନାହିଁ। ଦୁଇ ପକ୍ଷରୁ ପରସ୍ପର ଉପରେ ଲଗାତାର ଆକ୍ରମଣ କରାଯାଉଛି। ସାଇପ୍ରସରେ ତୁର୍କୀ ନିଜର ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ୍ କରିଦେଇ ଥିବା ବେଳେ ସେଠାର ଭାରତ ମହାସାଗରରେ ଇରାନୀ ଜାହାଜ ବୁଡ଼ିବା ପରେ ତେହେରାନର ନୌସେନା ଶ୍ରୀଲଙ୍କା ଓ ଭାରତର ଶରଣ ନେଇଛି। ଏହି ସ୍ଥିତି ଏହି ଯୁଦ୍ଧର ବଢୁଥିବା କ୍ଷେତ୍ରକୁ ପ୍ରଦର୍ଶିତ କରିଥାଏ।

ୟୁଏଇର ପୂର୍ବତନ ରାଷ୍ଟ୍ରଦୂତଙ୍କ ପକ୍ଷରୁ କୁହାଯାଇ ଥିବା ଏହି କଥା ଅତିରଞ୍ଜିତ ପ୍ରତୀତ ହୋଇଥାଏ, କାରଣ ଭାରତ ପକ୍ଷରୁ ଲଗାତାର ଦୁଇ ଦେଶ ସଂଯମତା ଅବଲମ୍ୱନ କରିବାକୁ ଅପିଲ କରାଯାଉଛି। ଆମେରିକା ଓ ଇସ୍ରାଏଲର ଏହି ଯୁଦ୍ଧରେ ନିଜର ହିତ ରହିଛି ଏବଂ ଇରାନର ଇସଲାମିକ କ୍ଷମତା ପାଇଁ ଏହି ଯୁଦ୍ଧ ଅସ୍ତିତ୍ୱ ରକ୍ଷା କରିବାର ଯୁଦ୍ଧ। ଏହି ସ୍ଥିତିରେ ଆମେରିକା ଦ୍ୱାରା କରାଯାଉଥିବା ଆକ୍ରମଣ ଓ ଇରାନ ପକ୍ଷରୁ କରାଯାଉ ଥିବା ପାଲଟା ଆକ୍ରମଣକୁ ଦେଖି ଏହି ଯୁଦ୍ଧ ଦୀର୍ଘ ଦିନ ଚାଲିବାର ଆଶଙ୍କା ବୃଦ୍ଧି ପାଇଛି।