ନୂଆଦିଲ୍ଳୀ,୨୭।୪: ପାଠପଢା ଖର୍ଚ୍ଚ ବୃଦ୍ଧି ପାଉଥିବାରୁ, ଅନେକ ଆଶାୟୀ ଛାତ୍ରଛାତ୍ରୀ ସେମାନଙ୍କର କଲେଜ ଫିସ୍ ବିଷୟରେ ଚିନ୍ତିତ ଅଛନ୍ତି। ଯଦି ଆପଣ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତେବେ ଭାରତ ସରକାରଙ୍କ ଏକ କମ୍ପାନୀ ONGC ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆଣିଛି। ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ ମେରିଟ୍ ସ୍କଲାରସିପ୍ ୨୦୨୬ ପାଇଁ ଅନଲାଇନ୍ ପଞ୍ଜୀକରଣ ଖୋଲିଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଛାତ୍ରଛାତ୍ରୀମାନେ ଏହି ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ସ୍କଲାରସିପ୍ ପାଇଁ ୨୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ।

ONGC ଏହାର ଫାଉଣ୍ଡେସନ୍ ପ୍ରୋଗ୍ରାମର ଅଂଶ ଭାବରେ ଏହି ଛାତ୍ରବୃତ୍ତି ଘୋଷଣା କରିଛି। ଏହି ଛାତ୍ରବୃତ୍ତି ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବା କିନ୍ତୁ ପାରିବାରିକ ଆୟ କମ ଥିବା ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ମନୋନୀତ ପ୍ରାର୍ଥୀମାନେ ବାର୍ଷିକ ୪୮ ହଜାର ସ୍କଲାରସିପ୍ ପାଇବେ। ଏହି ରାଶି ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କଲେଜ ଫିସ୍ ଦେବାରେ ଯଥେଷ୍ଟ ସାହାଯ୍ୟ କରିପାରିବ।

ONGC ଏହି ସ୍କଲାରସିପ୍ ମାଧ୍ୟମରେ କଲେଜର ପଢୁଥିବା ପ୍ରଥମ ବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା କରାଯିବ। ଏହି ସବୁ କୋର୍ସ ଗୁଡିକ ହେଉଛି ଇଞ୍ଜିନିୟରିଂ, ଏମ୍ବିବିଏସ୍, ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (MBA) ଜିଓଫିଜିକ୍ସ/ଜିଓଲୋଜି ପ୍ରୋଗ୍ରାମରେ ମାଷ୍ଟର୍ସ

ONGC ଛାତ୍ରବୃତ୍ତି ଯୋଗ୍ୟତା କ’ଣ ହେବା ଦରକାର ?

- ଦ୍ୱାଦଶ ଶ୍ରେଣୀ କିମ୍ବା ସ୍ନାତକରେ ସର୍ବନିମ୍ନ ୬୦ ପ୍ରତିଶତ ନମ୍ବର ଥିବା ଆବଶ୍ୟକ (ଯଦି ଆପଣ ପିଜି ଡିଗ୍ରୀ ପାଇଁ ଆବେଦନ କରୁଛନ୍ତି)।

-ଉପରେ ତାଲିକାଭୁକ୍ତ ଯେକୌଣସି ବୃତ୍ତିଗତ ପାଠ୍ୟକ୍ରମରେ ପ୍ରଥମ ବର୍ଷର ଛାତ୍ର ହେବା ଆବଶ୍ୟକ।

-ଜଣେ ଭାରତୀୟ ନାଗରିକ ହେବା ଆବଶ୍ୟକ।

-୩୦ ବର୍ଷରୁ ଅଧିକ ବୟସର ହେବା ଉଚିତ୍ ନୁହେଁ।

- ବର୍ତ୍ତମାନ କୌଣସି ସରକାରୀ କିମ୍ବା ବେସରକାରୀ ଛାତ୍ରବୃତ୍ତି ପାଉନଥିବା ଆବଶ୍ୟକ।

-ପରିବାରର ଆୟ ନିର୍ଦ୍ଧାରିତ ସୀମାଠାରୁ ଅଧିକ ନହେବା ଉଚିତ୍।

​​​​​​​

କିପରି ଆବେଦନ କରିବେ?

ଏହି ସ୍କଲାରସିପ୍ ପାଇଁ ଆବେଦନ କରିବା ପାଇଁ, ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଅନୁସରଣ କରିପାରିବେ।

-ପ୍ରଥମେ, ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ୍ (NSP)ର ଅଫିସିଆଲ୍ ୱେବସାଇଟ୍, scholarships.gov.in କୁ ଯାଆନ୍ତୁ।

- ଯେତେବେଳେ ଏକ ନୂତନ ୱିଣ୍ଡୋ ଖୋଲିବ, ରେଜିଷ୍ଟର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କୁ ଏଠାରେ ଓ୍ବାନ ଟାଇମ୍ ପଞ୍ଜୀକରଣ କରିବାକୁ ପଡିବ।

-ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ଦେବାକୁ ହେବ। କୌଣସି ପଞ୍ଜୀକରଣ ଶୁଳ୍କ ପଡିବ ନାହିଁ।

- ପଞ୍ଜୀକରଣ ନମ୍ବର ଏବଂ ପାସୱାର୍ଡ ତିଆରି କରିବା ପରେ, ଲଗ୍ ଇନ୍ କରନ୍ତୁ।

-ଏବେ, ONGC ମେରିଟ୍ ସ୍କଲାରସିପ୍ ୨୦୨୬ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ନାମ, ପିତାମାତାଙ୍କ ନାମ, ବର୍ଗ, ପାଠ୍ୟକ୍ରମ, କଲେଜ ନାମ, ଜନ୍ମ ତାରିଖ, ମାର୍କ, ଆୟ ଏବଂ ବ୍ୟାଙ୍କ ବିବରଣୀ ସମେତ ସମସ୍ତ ସୂଚନା ପୂରଣ କରନ୍ତୁ।

- ସମସ୍ତ ବିବରଣୀ ପୁନଃଯାଞ୍ଚ କରିବା ପରେ, ଫର୍ମ ଦାଖଲ କରନ୍ତୁ।

-ଆପଣ ଭବିଷ୍ୟତରେ ସୂଚନା ପାଇଁ ଏହାର ପ୍ରିଣ୍ଟ ଆଉଟ୍ ମଧ୍ୟ ବାହାର କରିପାରିବେ।

ଏହି ସ୍କଲାରସିପ୍ ପାଇଁ ପ୍ରାର୍ଥୀମାନଙ୍କୁ ପୃଥକ ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। ଚୟନ ପୂର୍ବ ପାଠ୍ୟକ୍ରମ/ଶ୍ରେଣୀରେ ପ୍ରାପ୍ତ ନମ୍ବର ଉପରେ ଆଧାରିତ ହେବ। ଯଦି ଦୁଇ କିମ୍ବା ଅଧିକ ଛାତ୍ର ସମାନ ନମ୍ବର ପାଆନ୍ତି, ତେବେ ପରିବାରର କମ ଆୟ ଥିବା ଛାତ୍ରଙ୍କୁ ଚୟନ କରାଯିବ। ପଞ୍ଜିକରଣ ୱିଣ୍ଡୋ ମେ ୧୫ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।