ବିବାହିତ ପୁରୁଷଙ୍କ ଶାରୀରିକ ଦୁର୍ବଳତାକୁ ଦୂର କରିଥାଏ ପିଆଜ ଏବଂ ରସୁଣର ଏହି ଘରୋଇ ଚଟଣୀ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ…

ଯଦି କୌଣସି ବିବାହିତ ପୁରୁଷଙ୍କ କ୍ଷେତ୍ରରେ ଇରେକ୍ଟାଇଲ୍ ଡିସଫଙ୍କସନ୍, ସ୍ପର୍ମ କାଉଣ୍ଟ୍ର ଅଭାବ, ଖରାପ ସ୍ପର୍ମ କ୍ବାଲିଟି ଭଳି ଯୌନ ସମସ୍ୟା ଦେଖାଦେଉଛି ତେବେ ତାଙ୍କ ବିବାହିତ ଜୀବନ ସଂପୂର୍ଣ୍ଣ ପ୍ରଭାବିତ ହୋଇଥାଏ । ଏଥିପାଇଁ ତାଙ୍କର ବାପା ହେବାର ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିବ ନାହିଁ । ତେବେ ସେହି ବ୍ୟକ୍ତି ମାନେ କ’ଣ କରିବା ଉଚିତ୍ ଆସନ୍ତୁ ଜାଣିବା…
ଯୌନ ସମସ୍ୟାକୁ ଦୂର କରିବା ପାଇଁ, ଆପଣଙ୍କୁ ଔଷଧର ଆବଶ୍ୟକତା ନାହିଁ । ଘରୋଇ ଦେଶୀ ଉପଚାର ମାଧ୍ୟମରେ ମଧ୍ୟ ମନମୁତାବକ ଫଳାଫଳ ମିଳିପାରିବ । ନଂପୁସକତାକୁ ଦୂର କରିବା ପାଇଁ, ଆପଣ ପିଆଜ ଏବଂ ରସୁଣରେ ଚଟଣୀ ପ୍ରସ୍ତୁତ କରିପାରିବେ, ଯାହା ଖାଇବା ଦ୍ବାରା ଦାମ୍ପତ୍ୟ ଜୀବନରେ ସୁଧାର ଆସିପାରେ । ପିଆଜ ଏବଂ ରସୁଣ ଖାଇବା ଦ୍ୱାରା ପୁରୁଷର ଶକ୍ତି ବଢିଯାଏ ଏବଂ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।
କେମିତି ପ୍ରସ୍ତୁତ କରିବେ ପିଆଜ ଓ ରସୁଣରେ ଚଟଣୀ ? ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ନଜର ପକାନ୍ତୁ…
ଏକ ବଡ ପିଆଜ …
୫ କୋଲା ରସୁଣ…
ଦୁଇଟି ବଡ଼ ଟମାଟୋ …
ତିନୋଟି କଞ୍ଚା ଲଙ୍କା…
ଅଧା ଚାମଚ କଳା ଲୁଣ …
ଅଧା ଚାମଚ ଚିନି …
ସ୍ୱାଦ ଅନୁସାରେ ଲୁଣ …
୧ ଚାମଚ ଭଜା ଜିରା …
ଲେମ୍ବୁ ରସ…
ତେବେ ପ୍ରଥମେ ପିଆଜ, ରସୁଣ, କଞ୍ଚା ଲଙ୍କା, ଟମାଟୋକୁ ଗ୍ୟାସରେ ଭାଜନ୍ତୁ, ତା’ପରେ ଉପରୋକ୍ତ ଏହି ସମସ୍ତ ଉପାଦାନକୁ ଏକ ମିକ୍ସର୍ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ୍ କରନ୍ତୁ ଏବଂ ତା’ପରେ ଏକ ପାତ୍ରରେ ଏହାକୁ କାଢି ରଖି ନିଅନ୍ତୁ । ଏହାକୁ ଭାତ-ଡାଲି କିମ୍ବା ରୋଟି ସହିତ ଖାଇ ପାରିବେ ।
ତେବେ ପିଆଜକୁ ନିୟମିତ ଭାବରେ ଖାଦ୍ୟରେ ସାମିଲ କରିବା ଦ୍ବାରା ପୁରୁଷଙ୍କ ଯୌନାଙ୍ଗକୁ ମଜବୁତ କରିଥାଏ ଏବଂ ଯୌନ ଉଦ୍ଧିପନାକୁ ବଢାଇଥାଏ । ଏହାକୁ ଖାଇବା ଦ୍ୱାରା ଟେଷ୍ଟୋଷ୍ଟେରନ୍ ହରମୋନର ସ୍ତର ବଢିଯାଏ । ପୁରୁଷଙ୍କ ଷ୍ଟାମିନାକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରେ ।
ସେହପରି ରସୁଣ ଖାଇବା ଦ୍ୱାରା ପୁରୁଷମାନଙ୍କର ଶକ୍ତି ବଢିଥାଏ । କାରଣ ଏଥିରେ ଆଲିସିନ୍ କମ୍ପାଉଣ୍ଡ ରହିଥାଏ, ଯାହା ଶିରାରେ ରକ୍ତ ସଞ୍ଚାଳନକୁ ଶୀଘ୍ର ବଢାଇଥାଏ ଏବଂ ପୁରୁଷମାନେ ଇନଫର୍ଟିଲିଟିରୁ ମୁକ୍ତି ପାଇଥାନ୍ତି । ଏହାକୁ ଖାଇବା ଦ୍ୱାରା ସ୍ପର୍ମ କାଉଣ୍ଟ ଏବଂ ସ୍ପର୍ମ କ୍ବାଲିଟିରେ ଉନ୍ନତି ହୋଇଥାଏ ।