PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଏଣିକି ଅନ୍‌ଲାଇନ୍‌ରେ କରିପାରିବେ ସଂସ୍କୃତି ବିଭାଗ ମଣ୍ଡପ ବୁକିଂ, ଜାଣନ୍ତୁ କେମିତି….

ଭୁବନେଶ୍ୱର,୨୭/୦୭: ଗଫଲତି ଆଉ ଚଳିବ ନାହିଁ । ଦରଖାସ୍ତ ଧରି ଅଫିସ୍‌ ଦୌଡ଼ିବା ଦରକାର ନାହିଁ । କୌଣସି ଅଧିକାରୀ ବା କର୍ମଚାରୀଙ୍କ ପଛରେ ବୁଲିବାର ନାହିଁ । କେଉଁ ଦିନ ମଣ୍ଡପ ଖାଲି ଅଛି କି ନାହିଁ ତାହା ଜାଣିବା ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଘରେ ବସି ବଟନ କ୍ଲିକ୍‌ରେ ଏଣିକି ହେବ ମଣ୍ଡପ ବୁକିଂ । ପେମେଣ୍ଟ ବି ସେହି ଅନ୍‌ଲାଇନ୍‌ରେ ହେବ । ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ମାନୁଆଲ୍‌ ବ୍ୟବସ୍ଥାରୁ ଡିଜିଟାଲ୍‌କୁ ଆପଣାଇଛି ରାଜ୍ୟ ସଂସ୍କୃତି ବିଭାଗ । ଏଣିକି ସଂସ୍କୃତି ବିଭାଗ ଅଧୀନସ୍ଥ ସମସ୍ତ ମଣ୍ଡପର ବୁକିଂ ଅନ୍‌ଲାଇନ୍‌ରେ ହେବ । ଏହି ମଣ୍ଡପଗୁଡ଼ିକ ଭିତରେ ରହିଛି, ରବୀନ୍ଦ୍ର, ଭଞ୍ଜକଳା ଓ ଉତ୍କଳ ମଣ୍ଡପ । ସର୍ବସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି । ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ ବୁକିଂ ବା ଇ-ରିଜର୍ଭେସନ୍‌ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ କହିଛନ୍ତି ।

ଆଜି ଏ ସଂକ୍ରାନ୍ତରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଇ-ରିଜର୍ଭେସନ୍‌ ପାଇଁ ନ୍ୟାସନାଲ୍‌ ଇନ୍‌ଫର୍‌ମେଟିକ୍‌ ସେଣ୍ଟର ଆବଶ୍ୟକ ଡିଜାଇନ୍‌ ଓ ଆପ୍‌ ପ୍ରସ୍ତୁତ କରିବ । ଉଦ୍ଦିଷ୍ଟ ଆପ୍‌ଟି ଖୁବ୍‌ ସରଳ ହେବ । ଯେ କୌଣସି ବ୍ୟକ୍ତି ମାତ୍ର କେତୋଟି କ୍ଲିକ୍‌ରେ ଆସନ୍ତା ତିନିମାସ ପାଇଁ ମଣ୍ଡପ ଖାଲି ଅଛି ନା ନାହିଁ, ଦେୟ ଟଙ୍କା ଫେରସ୍ତ ବା କଟିବା, କେଉଁ ସମୟରେ ଖାଲି ରହୁଛି ସବିଶେଷ ତଥ୍ୟ ପାଇପାରିବେ । ଏଥିପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ବୁଝାମଣା ସ୍ୱାକ୍ଷରିତ ହେବ । ଆସନ୍ତା ମାସେ-ଦୁଇମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ ।
 

ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ମର୍ମରେ କହିଛନ୍ତି ଯେ, ଏହା ଦ୍ୱାରା ସମୟ ସଞ୍ଚୟ ସହ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ପ୍ରତି ବାଛବିଚାର ରହୁଛି ବୋଲି ଯେଉଁ ଅଭିଯୋଗ ହୋଇଆସୁଛି ତାହା ଆଉ ହେବ ନାହିଁ । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତା ଆସିବା ସହ ଏହି ପୁରାତନ ମଣ୍ଡପ ବା ପ୍ରେକ୍ଷାଳୟସବୁ ନୂତନ ପରିଚୟ ବହନ କରିବେ । ମାନ୍ୟୁଆଲ୍‌ ବ୍ୟବସ୍ଥାରୁ ବାହାରି ୩ଟି ମଣ୍ଡପ ଟେକ୍ନୋଲୋଜି ଦିଗକୁ ଦୁଇ ପାଦ ଆଗକୁ ବଢ଼ିବେ ।

 ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଏନ୍‌ଆଇସି ଭୁବନେଶ୍ୱର ଶାଖାର ବରିଷ୍ଠ କର୍ମକର୍ତ୍ତା ବିଭୁପ୍ରସାଦ ମିଶ୍ର, ବି.ବି. ଷଡ଼ଙ୍ଗୀ ଓ ଆର୍‌.କେ. ମହାରଣାଙ୍କ ସମେତ ତିନିଗୋଟି ପ୍ରେକ୍ଷାଳୟର ମ୍ୟାନେଜରମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର