ପ୍ରମୁଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଦୁର୍ଘଟଣାର କାରଣ ସିଗନାଲିଂ ଫେଲ୍‌, କରମଣ୍ଡଳ ଏକ୍ସପ୍ରେସ୍‌ ପ୍ରଥମେ ଧକ୍କା ଦେଇଥିଲା: ରେଳ ବିଭାଗର ସ୍ପଷ୍ଟିକରଣ

ନୂଆଦିଲ୍ଲୀ ୦୪/ ୦୬: ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ରେଳ ବିଭାଗ ପକ୍ଷରୁ ଦୁର୍ଘଟଣାର ବାବଦରେ ସୂଚନା ଦିଆଯାଇଥିବା ସୁଦ୍ଧା ଚୂଡାନ୍ତ ତଦନ୍ତ ରିପୋର୍ଟ ଦିଆଯାଇ ନାହିଁ । ପ୍ରାଥମିକ ତଦନ୍ତ ଅନୁଯାୟୀ, ସିଗନାଲିଂରେ ସମସ୍ୟା କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା । ତେବେ କୌଣସି ଟ୍ରେନ୍‌ର ଗତି ଅତ୍ୟଧିକ ନଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ରେଳ ବିଭାଗର ବରିଷ୍ଠ ଅଧିକାରୀ ଜୟା ବର୍ମା ସିହ୍ନା ପ୍ରେସମିଟ୍‌ରେ କହିଛନ୍ତି, 'କେବଳ କରମଣ୍ଡଳ ଏକ୍ସପ୍ରେସ୍‌ ହିଁ ଦୁର୍ଘଟଣା ଘଟାଇଥିଲା । ସିଗନାଲିଂରେ ସମସ୍ୟା କାରଣରୁ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ପ୍ରଥମେ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ପରେ ବଗିଗୁଡିକ ଲାଇନଚ୍ୟୁତ ହୋଇ ଡାଉନ୍ ଟ୍ରାକ୍‌ରେ ଯାଉଥିବା ଯଶୋବନ୍ତପୁର-ହାଓ୍ବଡା ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗିରେ ଧକ୍କା ହୋଇଥିଲା । ଯଶୋବନ୍ତପୁର-ହାଓ୍ବଡା ଏକ୍ସପ୍ରେସର ଗତି ସେତେବେଳେ ୧୨୬କିମି ପ୍ରତିଘଣ୍ଟା ଥିଲା । ଦୁର୍ଘଟଣା ସମୟରେ କରମଣ୍ଡଳ ଏକ୍ସପ୍ରେସର ଗତି ଘଣ୍ଟାପ୍ରତି ୧୨୮କିମି ଥିଲା । ମାଲବାହୀ ଟ୍ରେନ୍‌ରେ ଲୁହାପଥର ବୋଝେଇ ଥିଲା । ତେଣୁ କରମଣ୍ଡଳ ଟ୍ରେନ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଯାହାକି ଏତେ ସଂଖ୍ୟକ ଯାତ୍ରୀଙ୍କ ମୃତ୍ୟୁର କାରଣ ପାଲଟିଲା'।

wp:html /wp:html

ରେଳ ବିଭାଗ କହିଛି କି, 'ଟ୍ରେନକୁ ଯିବା ପାଇଁ ଗ୍ରୀନ୍‌ ସିଗନାଲ ହିଁ ମିଳିଥିଲା । ରେଡ୍‌ ସିଗନାଲରେ ଟ୍ରେନ ଯାଇଥିବା ଯେଉଁ ଗୁଜବ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ମିଛ । ଗ୍ରୀନ୍‌ ସିଗନାଲ ମିଳିବା ପରେ ଯାଇ ଚାଳକ ଆଗକୁ ବଢିଥିଲେ । କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍‌ଙ୍କୁ ପଚରାଯିବା ପରେ ସେ ନିଜେ ଏହି ସୂଚନା ଦେଇଛନ୍ତି'।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାର ପ୍ରକୃତ କାରଣ ବାବଦରେ ସ୍ପଷ୍ଟ କରିଛନ୍ତି । ରେଲଓ୍ବେ ଇଣ୍ଟର ଲକିଂ ସିଷ୍ଟମ କାମ ନକରିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି । ହେଲେ ଏଥିପାଇଁ କିଏ ଦାୟୀ ତାହା ସ୍ପଷ୍ଟ ହୋଇନାହିଁ । ଏବେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯାଉଛି। ଟ୍ରାକ୍ ମରାମତି କାମ ଏବଂ ବିଦ୍ୟୁତକରଣ କାର୍ଯ୍ୟ ଶେଷ ହେଲା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।

wp:html /wp:html

Also Read:

wp:embed {"url":"https://www.prameya.com/bahanga-railway-station-down-main-line-work-has-been-completed-tweeted-ashwini-vaishnav/","type":"wp-embed","providerNameSlug":"prameya"}
https://www.prameya.com/bahanga-railway-station-down-main-line-work-has-been-completed-tweeted-ashwini-vaishnav/
/wp:embed

Copyright © 2022 - Summa Real Media Private Limited. All Rights Reserved.