ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବୌଦ୍ଧ ପୋଲିସର ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ, ନଷ୍ଟ କଲା ୧୩ କୋଟି ଟଙ୍କାର ଗଞ୍ଜେଇ ଗଛ

Published By : Krishna Priya | December 1, 2024 10:49 AM

ବୌଦ୍ଧ ୦୧/୧୨: ବୌଦ୍ଧ ଜିଲ୍ଲାରେ ଜିଲ୍ଲା ପୋଲିସ୍ ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନକୁ ଜୋରଦାର କରାଯାଇଛି। ବୌଦ୍ଧ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବାକୁ ଏସପି ନାଗରାଜ୍ ଦେବରକୋଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଦିନ ଚାଲିଛି ଗଞ୍ଜେଇ ଗଛ କଟା ଅଭିଯାନ। ପ୍ରଥମେ ଡ୍ରୋନ୍ ମାଧ୍ୟମରେ ଉକ୍ତ ବେଆଇନ ଗଞ୍ଜେଇ ଚାଷ ଅଞ୍ଚଳକୁ ଚିହ୍ନଟ କରାଯାଇ ସେହି ଅଞ୍ଚଳରେ ଉକ୍ତ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଚଢାଉ କରାଯାଉଛି । ଗଛ କଟା ମେସିନ ସାହାଯ୍ୟରେ ଗଞ୍ଜେଇ ଗଛ ଗୁଡ଼ିକୁ କାଟି ସମ୍ପୂର୍ଣ ଭାବେ ପୋଡ଼ି ନଷ୍ଟ କରାଯାଉଛି। ପ୍ରତ୍ୟେକ ଦିନ ଏହି ଭଳି ଭାବେ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ ଚାଲିଥିବ ବେଳେ ପୁଣି ୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଛି ପୋଲିସ। 

ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଓ କଣ୍ଟାମାଳ ଥାନା ଅଞ୍ଚଳରେ ସଂପୃକ୍ତ ଥାନା ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇ ୧୩୦ ଏକର ଜମିରୁ ପ୍ରାୟ ୧ ଲକ୍ଷ ୩୫ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଛି ପୋଲିସ। ଆଦର୍ଶ ଥାନା ଦେବନ୍ଧ ଗ୍ରାମ ରୁ ୪୫ ଏକର ଓ କଣ୍ଟାମାଳ ଥାନା ମାହାର ପଡ଼ା ଜଙ୍ଗଲରୁ ୭୫ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.