କେନ୍ଦୁଝର ସଦର, ୨୮/୧୦(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ମହାଦେଇଯୋଡା ମୌଜା ଟିକରପଡା ଏବଂ କାଦଗଡ଼ ଠାରେ କାରଖାନା ନିର୍ମାଣକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। କାରଖାନା ନିର୍ମାଣ ପାଇଁ ଜନଶୁଣାଣୀ ବେଳେ ଅଞ୍ଚଳବାସୀ ବିରୋଧ କରିବା ସହ ଶୀତଳ ଭଣ୍ଡାର କରିବାକୁ ଦାବି କରିଥିଲେ।
ଟିକରପଡା ଏବଂ କାଦଗଡ଼ଠାରେ ବାର୍ଷିକ ୧୪.୩ ଏମଟିପିଏ କ୍ଷମତା ବିଶିଷ୍ଟ ଆଇରନ ଓର ବେନିଫିକେସନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ମେସର୍ଶ ଏସାର ମୀନମେଟ ଲିମିଟେଡ଼ ପକ୍ଷରୁ ଜନଶୁଣାଣି ପାଇଁ ଏକ ବୈଠକ ଡକାଯାଇଥିଲା । ସ୍ଥାନୀୟ ଲୋକମାନେ ମଞ୍ଚ ନିକଟରେ ପହଞ୍ଚି ଜନଶୁଣାଣିକୁ ଶାନ୍ତିପୂର୍ଣ୍ଣ ଭାବେ ତୀବ୍ର ବିରୋଧ କରିଛନ୍ତି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ଏ ସ୍ଥାନ କେବଳ ଚାଷ ସ୍ଥାନ। ଏଠାରେ ଲୋକେ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏହା ସହିତ କେନ୍ଦୁଝର ଜିଲ୍ଲାକୁ ଏହିଠାରୁ ହିଁ ପନିପରିବା ଯୋଗାଇ ଆସୁଛୁ । ବର୍ଷ ସାରା ବିଭିନ୍ନ ପ୍ରକାରର ଚାଷ କରାଯାଉଛି । କାରଖାନା ହେଲେ ଚାଷ ବୁଡିବା ସହିତ ପରିବେଶ ପ୍ରଦୃଷିତ ହେବ। ତେଣୁ ଆମକୁ କାରଖାନା କରିବାକୁ ଦେବୁ ନାହିଁ ଏଠାରେ ସରକାର ଶୀତଳ ଭଣ୍ଡାର ନିର୍ମାଣ କରନ୍ତୁ ବୋଲି ଅଞ୍ଚଳବାସୀ ଜୋର ଧରି ବସିବା ଫଳରେ ଜଣଶୁଣାଣି ହୋଇପାରି ନ ଥିଲା।