PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଏମ୍ସ ଅଧିକାରୀଙ୍କ ଭଉଣୀ କଲେ ଅଙ୍ଗଦାନ : ୪ ବ୍ୟକ୍ତି ପାଇଲେ ଜୀବନ , ୨ଜଣ ଦେଖିଲେ ଦୁନିଆ

ନୂଆଦିଲ୍ଲୀ – ବ୍ରେନ୍‌ ଡେଡ୍‌ ଘୋଷିତ କରାଯାଇ ଥିବା ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଅଧିକାରୀଙ୍କର ଭଉଣୀ କଲେ ନିଜର ଅଙ୍ଗଦାନ। ଏହି ଦୁନିଆକୁ ଅଲବିଦା କହିବା ପୂର୍ବରୁ ଅଙ୍ଗଦାନ କରି ସେ ୪ଜଣ ଲୋକଙ୍କୁ ନୂଆ ଜୀବନ ଓ ଦୁଇ ଜଣଙ୍କୁ ଦୁନିଆର ଆଲୋକ ଦେଖାଇଛନ୍ତି। ଏମ୍ସ ପ୍ରଶାସନର ଅତିରିକ୍ତ ନିର୍ଦ୍ଦେଶକ ଭାବେ ମୁତୟନ ଆଇଏଏସ ଅଧିକାରୀ ରବିନ୍ଦ୍ର ଅଗ୍ରୱାଲଙ୍କର ୬୩ ବର୍ଷିୟା ଭଉଣୀ ସ୍ନେହଲତା ଚୌଧୁରୀଙ୍କୁ ଗତ ମାସରେ ମର୍ଣ୍ଣିଂ ୱାକ ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ମହିଳାଙ୍କର ପ୍ରଥମେ ଝାଡ଼ଖଣ୍ଡର ଜାମସେଦପୁରରେ ମୁଣ୍ଡରେ ଆଘାତ ପାଇଁ ଅପରେସନ କରାଯାଇ ଥିଲା ଏବଂ ପରେ ଆଗକୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ଟ୍ରମା ଅଣାଯାଇଥିଲା ।

ସ୍ନେହଲତା ଚୌଧୁରୀ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିଲେ ଏବଂ ଗତ ୨୫ ବର୍ଷ ହେଲା ନିୟମିତ ଭାବେ ମର୍ଣ୍ଣିଂ ୱାକ୍‌ ରେ ଯାଉଥିଲେ। ଡାକ୍ତର କହିଛନ୍ତି କି, ଅନେକ ଚେଷ୍ଟା କରିବା ସତ୍ତ୍ୱେ ତାଙ୍କର ଅବସ୍ଥାରେ କୌଣସି ସୁଧାର ଆସିନଥିଲା ଏବଂ ୩୦ ସେପ୍ଟେମ୍ୱରରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷିତ କରିଦିଆ ଯାଇଥିଲା ।

ଉଲ୍ଲେଖନୀୟ ଯେ ସେ ଜଣେ ସୁଗୃହିଣୀ ଓ ଜଣେ ସାମାଜିକ କର୍ମୀ ଥିଲେ । ଡାକ୍ତର କହିଛନ୍ତି କି ସେ ନେତ୍ରଦାନ ଅଭିଯାନର ଖୁବ୍‌ ସମର୍ଥନ କରୁଥିଲେ ଏବଂ ସେ ସାରା ଜୀବନ ଅଙ୍ଗଦାନକୁ ସମର୍ଥନ ଦେଇଥିଲେ । ସେ ମଧ୍ୟ କୌନ ବନେଗା କରୋଡପତି(କେବିସି) ପାଇଁ କ୍ୱାଲିଫାଇ କରିଥିଲେ । ତାଙ୍କର ହାର୍ଟ , ଗୋଟିଏ କିଡନୀ ଓ କାର୍ନିଆ ଏମ୍ସର ରୋଗୀଙ୍କୁ ଦାନ କରି ଦିଆ ଯାଇଛି । ଆଉ ମଧ୍ୟ ତାଙ୍କର ଲିଭରର ବ୍ୟବହାର ଆର୍ମି ଆରଆର ହସ୍ପିଟାଲରେ କରାଯିବ । ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନର ବ୍ୟବସ୍ଥା ଅନୁସାରେ , ରାମ ମନୋହର ଲୋହିଆ ହସ୍ପିଟାଲରେ ଜଣେ ରୋଗୀଙ୍କୁ ତାଙ୍କର ଦ୍ୱିତୀୟ କିଡନୀ ଦିଆଯାଇଛି ।   

ସମ୍ବନ୍ଧିତ ଖବର