PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସ୍ୱାଧିନତା ଦିବସ ପୂର୍ବରୁ କରୋନା ସଚେତନତା , କେନ୍ଦ୍ର ସରକାର ରାଜ୍ଯ ଗୁଡ଼ିକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ଦେଖି କେନ୍ଦ୍ର ସରକାର ସତର୍କ କରାଇଛନ୍ତି। ଭିଡ଼ରୁ ଦୂରେଇ ରହିବାକୁ ଲୋକଙ୍କୁ ଦେଇଛନ୍ତି ପରାମର୍ଶ। ସ୍ୱାଧିନତା ଦିବସର କାର୍ଯ୍ୟକ୍ରମ ବେଳେ ଭିଡ଼ ଥିବା କାର୍ଯ୍ୟକ୍ରମରୁ ନିବୃତ୍ତ ରହିବାକୁ ଆଲର୍ଟ କରିଛନ୍ତି । ଏହା ବ୍ୟତୀତ ସରକାର ଲୋକଙ୍କୁ ମଧ୍ୟ ଅପିଲ କରି କହିଛନ୍ତି ,ସମସ୍ତେ ମାସ୍କ ପିନ୍ଧନ୍ତୁ , ସୋସିଆଲ  ଡିଷ୍ଟାସିଂର ପାଳନ କରନ୍ତୁ ଏବଂ ନିୟମିତ ଭାବେ ହାତକୁ ସାନିଟାଇଜ୍‌ କରନ୍ତୁ , ଯାହାକି ସଂକ୍ରମଣରୁ ରକ୍ଷା ମିଳି ପାରିବ। ଦିଲ୍ଲୀ ସମେତ ଅନେକ ରାଜ୍ୟ ପୂର୍ବରୁ ହିଁ କରୋନାରୁ ରକ୍ଷା ପାଇବା ପାଇଁ କିଛି ପ୍ରତିବନ୍ଧକକୁ ପୁଣି ଥରେ ଲାଗୁ କରିବା ଆରମ୍ଭ କରି ଦେଇଛନ୍ତି ।

ଏହି ସପ୍ତାହରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ଥିଲା କି , ଏବେ ମାସ୍କ ପିନ୍ଧିବା ପୁଣି ଥରେ ଅନିବାର୍ଯ୍ୟ ହେବ ଏବଂ ଏମିତି ନକଲେ ୫୦୦ଟଙ୍କାର ଜୋରିମନା ଦେବାକୁ ହେବ। ହେଲେ ଏହି ନିୟମରେ କାର୍‌ରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ମୁକ୍ତ କରାଯାଇଛି। ଶୁକ୍ରବାର ସକାଳେ ଗତ  ଗୋଟିଏ କରୋନାର ୧୬,୫୬୧ ନୂଆ କେସ୍‌ ରେକର୍ଡ ହୋଇଛି ଏବଂ ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ୍‌ ୫.୪୪ ପ୍ରତିଶତ ହୋଇ ଯାଇଛି। ଯେଉଁ ରାଜ୍ୟରେ କରୋନା କେସ୍‌ ଅଧିକ ମିଳୁଛି , ସେଥିରୁ ଦିଲ୍ଲୀ , କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟ ସାମିଲ ଅଛି। ବିଶେଷଭାବେ ଦିଲ୍ଲୀ ଓ ମୁମ୍ୱାଇ ଭଳି ସହରରେ କରୋନାର ମାମଲାରେ ବୃଦ୍ଧି ଦେଖିବାକୁ ମିଳୁଛି।

କେବଳ ଗୁରୁବାର ଦିଲ୍ଲୀରେ କରୋନାର ୨,୭୨୬ନୂଆ କେସ୍‌ ମିଳିଥିଲା । ଏହା ତଥ୍ୟ ଗତ ୭ ମାସ ମଧ୍ୟରେ ସବୁଠୁ ଅଧିକ ଥିଲା । ଏହା ବ୍ୟତୀତ କରୋନା ସଂକ୍ରମଣ ଯୋଗୁଁ ରାଜ୍ଯଧାନୀ ଦିଲ୍ଲୀରେ  ୬ ଜଣ ଲୋକଙ୍କ ମୃତ୍ୟୁ ବି ହୋଇଛି ।

ସମ୍ବନ୍ଧିତ ଖବର