ଭୁବନେଶ୍ବର,୨୨/୮ :  OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ । ସନାତନ ବିଶୋଇ ଏବଂ ରାମଜୀ ପ୍ରସାଦ ଗୁପ୍ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ପରେ JMFCକୋର୍ଟରେ ହାଜର କରାଇଲା କ୍ରାଇମ ବ୍ରାଞ୍ଚ । ରିମାଣ୍ଡ ପରେ ଚୌଦ୍ୱାର ଜେଲ ଗଲେ ଉଭୟ । 

ସେହିପରି ୨ ଅଭିଯୁକ୍ତ ବିଜୟ ମିଶ୍ର ଏବଂ ଜୟନ୍ତ କୁମାର ରାଉତଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଲେ କଟକ ୩ୟ ଏଡିଜେ ।