PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଦେଶର ବିଭିନ୍ନ ସ୍ଥାନରୁ ୧୦୦ରୁ ଉର୍ଦ୍ଧ୍ବ PFI ଏଜେଣ୍ଟ ଗିରଫ, ଆତଙ୍କବାଦୀ ଲିଙ୍କ୍‌ରେ ଚଢାଉ କରୁଥିଲେ NIA ଓ EDର ୨ଶହ ଅଫିସର୍

ନୂଆଦିଲ୍ଲୀ ୨୨/ ୦୯: ଭାରତରେ ଉଗ୍ରବାଦୀ ସଂଗଠନ ପପୁଲାର୍‌ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI)କୁ ବଡ ଝଟ୍‌କା । ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଏହି ସଂଗଠନର ୧୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଏବଂ ତାଙ୍କର ସହଯୋଗୀମାନଙ୍କୁ ଗିରଫ କରାଯାଇଛି । ପ୍ରାୟ ୧୦ରୁ ଅଧିକ ରାଜ୍ୟରେ ଏମାନେ ଆକ୍ଟିଭ୍‌ ଥିବା ବେଳେ ଚଢଉ କରି ଗିରଫ କରାଯାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ ସମେତ ଅନ୍ୟ କିଛି ରାଜ୍ୟରେ ଚଢାଉ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ।

NIA ଏବଂ ED ପକ୍ଷରୁ ଏହା ସବୁଠାରୁ ବଡ ତଦନ୍ତ ବୋଲି କୁହାଯାଉଛି । ଦେଶର ବିଭିନ୍ନ ସ୍ଥାନରୁ ଏଭଳି ଚରମପନ୍ଥୀମାନଙ୍କୁ ଧରାଯାଉଛି । ବିଭିନ୍ନ ସମୟରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା, ତାଲିମ ଶିବିର କରିବା ଏବଂ ଲୋକମାନଙ୍କୁ ତାଙ୍କ ସଂଗଠନ ସହ ସାମିଲ କରିବା ପାଇଁ ପ୍ରବର୍ତ୍ତାଇବା ଏମାନଙ୍କର ନୀତି ଦିନିଆ କାର୍ଯ୍ୟ ଥିଲା । ଆତଙ୍କବାଦୀ ସଂଗଠନ ଏବଂ ଆତଙ୍କୀଙ୍କ ସହ ମଧ୍ୟ ଏମାନଙ୍କ ଲିଙ୍କ୍‌ ଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ତେଣୁ ସମସ୍ତଙ୍କୁ ଖୋଜି ବାହାର କରାଯିବା ସହିତ ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଇ ଗିରଫ କରାଯାଇଛି ।

ଚଢାଉରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ପ୍ରାୟ ୨୦୦ରୁ ଅଧିକ ସଦସ୍ୟ ସାମିଲ ଥିଲେ । ବିଶେଷ କରି ଚରମପନ୍ଥୀମାନଙ୍କ ବାସଭବନ, କାର୍ଯ୍ୟାଳୟ ଏବଂ ଟ୍ରେନିଂ କ୍ୟାମ୍ପ ଗୁଡିକରେ ଚଢାଉ କରାଯାଇଥିଲା । ଏହି ସମୟରେ କେରଳ ମାଲ୍ଲାପୁରମ ଜିଲ୍ଲା ମଞ୍ଜେରିରେ ରହୁଥିବା PFI ଲିଡର୍‌ OMA ସଲାମର ଘର ସମେତ ପିଏଫଆଇ କାର୍ଯ୍ୟାଳୟରେ ବୁଧବାର ମଧ୍ୟରାତ୍ରୀରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ରେଡ୍‌ ଜାରି ରହିଥିବା ସୂଚନା ମିଳିଛି । ତେବେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି OMA ସଲାମର ବାସଭବନ ବାହାରେ ତାର କିଛି ସମର୍ଥକ ଧାରଣା ଦେଇଥିବା ଜଣାପଡିଛି ।

କେବଳ କେରଳର ପ୍ରାୟ ୫୦ରୁ ଅଧିକ ସ୍ଥାନରେ ଏକକାଳୀନ ରେଡ୍‌ କରାଯାଇଥିବା କହିଛି ପିଏଫଆଇର ରାଜ୍ୟ ସମ୍ପାଦକ ଏ ଅବଦୁଲ ସତ୍ତାର । ପିଏଫଆଇର ରାଜ୍ୟ କମିଟି କାର୍ଯ୍ୟାଳୟରେ ମଧ୍ୟ ଛାପା ମାରିଛି ଏନ୍ଆଇଏ । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ମଧ୍ୟରେ ଉଗ୍ରବାଦୀ ସଂଗଠନ ପିଏଫ୍‌ଆଇ ବିରୁଦ୍ଧରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇସାରିଛି । ସେହି ଆଧାରରେ ଏବେ ଏହି ସଂସ୍ଥାର ମୁଖିଆ, କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ସ୍ଥାନରେ ଚଢାଉ କରାଯାଇଥିଲା । ଏନଆଇଏର ପ୍ରାୟ ୨୩ଟି ଟିମ୍‌ ଲଗାତାର ଭାବେ ନିଜାମାବାଦ, କୁର୍ଣ୍ଣୋଲ୍, ଗୁଣ୍ଟୁର ଏବଂ ନେଲୋରରେ ସର୍ଚ୍ଚ ଅପରେସନ କରିଥିଲେ ।

ସମ୍ବନ୍ଧିତ ଖବର