ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଖୋର୍ଦ୍ଧା-କେନ୍ଦୁଝର ମେମୁ ଟ୍ରେନରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ଼, ଆଉ ୪ଟି ବଗି ଲଗାଇବାକୁ ଦାବି

Published By : Suraj Kumar | October 8, 2024 6:30 PM

କେନ୍ଦୁଝର ସଦର୮/୧୦(ଆପ୍ର) : ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ଖୋର୍ଦ୍ଧା ଠାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ୦୮୪୫୬ ନଂ ମେମୁ ଟ୍ରେନରେ ମଙ୍ଗଳବାର ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି  । ଲୋକମାନେ ସିଟ ନ ପାଇ ଭୁବନେଶ୍ୱରରୁ କେନ୍ଦୁଝର ପର୍ଯନ୍ତ ଛିଡା ହୋଇ ଯିବାକୁ ବାଧ୍ୟ ହେଉଛନ୍ତି। 

ଏହି ଟ୍ରେନରେ ମାତ୍ର ଆଠଟି ବଗି ରହିଛି।  କେନ୍ଦୁଝରରୁ-ଖୋର୍ଦ୍ଧା ଓ ଖୋର୍ଦ୍ଧାରୁ-କେନ୍ଦୁଝର ମଧ୍ୟରେ ଯାତାୟତ କରୁଥିବା ଲୋକମାନେ ସବୁବେଳେ ନାହିଁ ନ ନଥିବା ଅସୁବିଧାର ସମ୍ମଖିନ ହେଉଛନ୍ତି। ମୁଖ୍ୟମନ୍ତ୍ରୀ, କେନ୍ଦୁଝର ସାଂସଦ ଓ ରେଳ ବିଭାଗକୁ ବାରମ୍ବାର ଲୋକମାନେ  ଦାବି କଲେ ମଧ୍ୟ ଆଜି ପର୍ଯନ୍ତ କୌଣସି ସୁଫଳ ମିଳିପାରିନାହିଁ। ରେଳ ବିଭାଗ ତୁରନ୍ତ ଏହି ଟ୍ରେନରେ ଅଧିକ ଚାରଟି ବଗି ଯୋଡିବା ସହିତ ରେଳ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବାକୁ କେନ୍ଦୁଝରବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.