ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପିଭି ଅନଓ୍ବର ଛାଡିଲେ ବିଧାୟକ ପଦ, ଲଢିବେନି ଉପ-ନିର୍ବାଚନ: କହିଲେ-କଂଗ୍ରେସକୁ କରିବି ସମର୍ଥନ

Published By : Harapriya Biswal | January 13, 2025 3:45 PM

ଥିରୁଅନନ୍ତପୁରମ୍,୧୩।୧: କେରଳର ନିଲାମ୍ବୁର ବିଧାୟକ ପିଭି ଅନଓ୍ବରଙ୍କ ଇସ୍ତଫା। ଶାସକ ଦଳ ଏଲଡିଏଫ୍‌ରୁ ଅଲଗା ହୋଇ ଟିଏମ୍‌ସିରେ ଯୋଗ ଦେଇଥିବା ପିଭି ଅନଓ୍ବର ସୋମବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ଅଧ୍ୟକ୍ଷ ଏଏନ୍ ଶମସୀରଙ୍କୁ ତାଙ୍କ କକ୍ଷରେ ଭେଟିବା ପରେ ବିଧାନସଭାରେ ଅନଓ୍ବର ନିଜର ଇସ୍ତଫା ଦେଇଥିଲେ। ଏହା ସହ ସେ ଘୋଷଣା କରିଛନ୍ତି ନିଲାମ୍ବୁର ବିଧାନସଭାରେ ଆଉ ଉପ-ନିର୍ବାଚନ ଲଢିବେନି। ସେଭଳି ନିଳାମ୍ବୁର ବିଧାନସଭାରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ। ଅନଓ୍ବର କହିଛନ୍ତି, ମୋର ଇସ୍ତଫା ସ୍ବୀକାର କରିବା କିମ୍ବା ନକରିବା ସ୍ପିକରଙ୍କ ଉପରେ ନିର୍ଭର କରେ। ମୁଁ ମମତା ବାନାର୍ଜୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛି। ମୁଁ ତାଙ୍କୁ କହିଥିଲି କେରଳରେ ସବୁଠାରୁ ଗମ୍ଭୀର ପ୍ରସଙ୍ଗ ହେଲା ମାନବ-ପଶୁ ମଧ୍ୟରେ ସଂଘର୍ଷ। ଏଠାରେ ଅନେକ ଲୋକଙ୍କ ଜୀବନ ଗଲାଣି। ମୁଁ ତାଙ୍କୁ ଏହାକୁ ସଂସଦରେ ଉଠାଇବାକୁ ଅନୁରୋଧ କରିଥିଲି। ସେ ଏଥିରେ ରାଜି ହେବା ସହ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବେ ବୋଲି କହିଥିଲେ।

ସେ କହିଛନ୍ତି ମୋର ଅଭିଯୋଗ ତିନି ଜଣଙ୍କ ମଧ୍ୟରେ ସୀମିତ ଥିଲା। ସେମାନେ ହେଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ପି ଶଶି, ଏଡିଜିପି ଅଜିତ କୁମାର ଏବଂ ପୂର୍ବତନ ମାଲାପ୍ପୁରମ କଲେକ୍ଟର ସୁଜିତ ଦାସ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ସୁଜିତ ଅଭିଯୁକ୍ତ ତାଲିକାରେ ରଖିବାରେ ସାମିଲ ଥିଲେ। ମୁଁ ଏହି ପ୍ରସଙ୍ଗ ଏବଂ ସୁଜିତ ଦାସଙ୍କ ବେଆଇନ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲି। ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଦଳୀୟ ନେତାଙ୍କୁ ଏହା ବିଷୟରେ ଜଣାଇଥିଲି। ଦଳର କିଛି ନେତା ମୋତେ ଏସବୁ ସାର୍ବଜନୀନ କରିବାକୁ କହିଥିଲେ, କିନ୍ତୁ ପରେ ସେମାନେ ସେମାନଙ୍କର ମତ ବଦଳାଇଥିଲେ। ମୁଁ ଭାବୁଥିଲି ମୁଖ୍ୟମନ୍ତ୍ରୀ ଏସବୁ ବିଷୟରେ ଜାଣି ନାହାନ୍ତି, କିନ୍ତୁ  ସାମ୍ବାଦିକ ସମ୍ମିଳନୀରେ ସେ ଅଜିତ କୁମାରଙ୍କୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିଥିଲେ।

ଅନୱର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ମୋତେ ବିଧାନସଭାରେ ବିରୋଧୀ ଦଳ ନେତା ଭିଡି ସତିସନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଠାଇବାକୁ କହିଥିଲେ। ସତିସନଙ୍କ ବିରୋଧରେ ୧୫୦ କୋଟି ନେଇଥିବା ଅଭିଯୋଗ ବିଧାନସଭା ଅଧ୍ୟକ୍ଷଙ୍କ ଅନୁମତିରେ ଉଠିଥିଲା। ମୁଁ ଜାଣିନାହିଁ ଏଥିରେ କୌଣସି ଷଡ଼ଯନ୍ତ୍ର ଥିଲା କି ନାହିଁ। ଏଥିପାଇଁ ମୁଁ ବିରୋଧୀ ଦଳ ନେତା ଭିଡି ସତିସନ୍ ଏବଂ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ମୁଁ ନୀଳାମ୍ବୁର ଉପନିର୍ବାଚନରେ ନିର୍ବାଚନ ଲଢିବି ନାହିଁ। ପିନାରାଇ ସରକାରକୁ ଶେଷ କରିବା ପାଇଁ ମୁଁ କଂଗ୍ରେସ ପ୍ରାର୍ଥୀଙ୍କୁ ପୂର୍ଣ୍ଣ ସମର୍ଥନ ଦେବି। କଂଗ୍ରେସ ନିଲାମ୍ବୁରରୁ ପ୍ରାର୍ଥୀ ଦେବା ଉଚିତ। ମାଲାପ୍ପୁରମ୍ ଡିସିସି ଅଧ୍ୟକ୍ଷ ଜୟ ଜଣେ ଉପଯୁକ୍ତ ପ୍ରାର୍ଥୀ।

ତୃଣମୂଳ କଂଗ୍ରେସରେ ଯୋଗଦେବା ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳର ରାଜ୍ୟ ସଂଯୋଜକ ଦାୟିତ୍ୱ ଗ୍ରହଣ କରିବା ଘୋଷଣା କରିବାର କିଛି ଦିନ ପରେ ଅନୱର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।୨୦୧୬ ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ବାମପନ୍ଥୀ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଲାମ୍ବୁରରୁ ଜିତିଥିବା ଅନୱର ଅନେକ ପ୍ରସଙ୍ଗରେ ଶାସକ ଦଳ ବିରୋଧରେ ମତ ରଖିବା ପରେ ସିପିଆଇ(ଏମ୍) ସହ ତାଙ୍କର ସମ୍ପର୍କ ଛିନ୍ନ ହୋଇଥିଲା। ଦୁଇ ମାସ ପରେ ସେ ଡେମୋକ୍ରାଟିକ୍ ମୁଭମେଣ୍ଟ ଅଫ୍ କେରଳ(ଡିଏମ୍‌କେ) ଗଠନ କରିଥିଲେ। ନିକଟରେ ଅନଓ୍ବର ତାଙ୍କ ନିର୍ବାଚନୀ ମଣ୍ଡଳରେ ହାତୀ ଆକ୍ରମଣରେ ଜଣେ ଆଦିବାସୀଙ୍କ ମୃତ୍ୟୁ ବିରୋଧିରେ ବନ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇଥିଲେ।


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.